ବିଜେଡିରୁ ବହିଷ୍କୃତ ହେବା ପରେ ମୁହଁ ଖୋଲିଲେ ପ୍ରଦୀପ, କହିଲେ- ମୁଁ କୌଣସି…
ଭୁବନେଶ୍ବର: ରବିବାର ସକାଳୁ ବର୍ତ୍ତମାନର ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜୁ ଜନତା ଦଳରୁ ବହିଷ୍କୃତ କରାଯାଇଥିଲା। ଏନେଇ ବିଜେଡି ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଦଳରୁ ବହିଷ୍କୃତ ହେବା ପରେ ମୁହଁ ଖେଲିଛନ୍ତି ପ୍ରଦୀପ ପାଣିଗଗ୍ରାହୀ। ସେ କହିଛନ୍ତି ଯେ, ମୁଁ କୌଣସି ଜନ ବିରୋଧୀ କାର୍ଯ୍ୟ କରି କାହିଁ।। ଦଳ ସ୍ପଷ୍ଟୀକରଣ ଦେଉ ଯେ ମୁଁ କେଉଁ ଜନ ବିରୋଧୀ କାର୍ଯ୍ୟ କରିଛନ୍ତି। ତା’ସହିତ ସେ କ’ଣ ଜନ ବିରୋଧୀ କାର୍ଯ୍ୟ କରିଛନ୍ତି, ସାମ୍ବାଦିକମାନେ ଖୋଜି ବାହାର କରନ୍ତୁ ବୋଲି ବିଧାୟକ କହିଛନ୍ତି।
ପ୍ରଦୀପ ଆହୁରି କହିଛନ୍ତି ଯେ, ବିଧାନସଭା ନିର୍ବାଚନ ସମୟରେ ୧୫ଟି ବିଧାନସଭା ଆସନ ଦାୟିତ୍ୱରେ ଥିଲି, ୧୨ଟିରେ ଜିତାଇଲି। ଦଳର ପ୍ରାର୍ଥୀମାନଙ୍କୁ ପାଣ୍ଠି ମୋ ଜରିଆରେ ପ୍ରଦାନ କରାଯାଇଛି। ଯଦି କିଛି ତ୍ରୁଟି ରହିଛି, ତାହାର ପ୍ରମାଣ ଦିଅନ୍ତୁ ବୋଲି ସେ କହିଛନ୍ତି।
ସୂଚନାଥାଉକି, ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତାଙ୍କୁ ବହିଷ୍କାର କରାଯାଇଥିବା ଦଳୀୟ ପ୍ରେସ୍ ରିଲିଜ୍ରେ କୁହାଯାଇଛି।
Comments are closed.