ଗୋରୁ ଚୋରା ଚାଲାଣ, ଜଣେ ଅଟକ
![](https://www.odishalink.com/wp-content/uploads/2019/11/cow.jpg)
ଆନନ୍ଦପୁର: ଗୋରୁ ଚାଲାଣ ସମୟରେ ଏକ ଟ୍ରକକୁ ଜବତ କରିଛି ପୁଲିସ। ଟ୍ରକଟିକୁ କେନ୍ଦୁଝର ଜିଲ୍ଲାର ହସନପୁର ନିକଟରୁ ଜବତ କରା ଯାଇଛି। ଏହି ଟ୍ରକରେ ୪୦ରୁ ଅଧିକ ଗୋରୁ ବେଆଇନ ଭାବେ ଚାଲାଣ କରାଯାଉଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଗୋରୁ ଚାଲାଣ ହେଉଥିବା ଖବର ପାଇ ରାମଚନ୍ଦ୍ରପୁର ଥାନା ପୁଲିସ ଚଢଉ କରି ଗାଡ଼ିକୁ ଜବତ କରିବା ସହ ଚାଳକକୁ ଅଟକ ରଖିଛି।
Comments are closed.