କୃଷକ ସଂଗଠନଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କୃଷି ଆନ୍ଦୋଳନ ଆଜିକୁ ୧୦ମ ଦିନରେ ପହଞ୍ଚିଛି। ନୂ଼ତନ କୃଷିବିଲକୁ ପ୍ରତ୍ୟାହାର କରିବା ପାଇଁ କୃଷକ ସଂଗଠନ ଏହି ଆନ୍ଦୋଳନ କରୁଛନ୍ତି। ଆଜି କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ହେବ।
ଆଲୋଚନାରେ ଯଦି କୌଣସି ନିଷ୍କର୍ଷ ନ ବାହାରେ ତେବେ ଡିସେମ୍ବର ୮ (ମଙ୍ଗଳବାର)ରେ ଭାରତ ବନ୍ଦରେ ସାମିଲ ହେବାକୁ ଦେଶବ୍ୟାପୀ କୃଷକ ସଂଗଠନ ଗୁଡିକୁ ଆହ୍ବାନ ଦେଇଛ ଭାରତୀୟ କିଷାନ ୟୁନିୟନ (ବିକେୟୁ)।
ଏହି ଦିନ ରାଜଧାନୀ ଦିଲ୍ଲୀକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ବନ୍ଦ କରାଯିବା ସହିତ ଦେଶବ୍ୟାପୀ ରାଜପଥ ଗୁଡିକରେ ରହିଥିବା ସମସ୍ତ ଟୋଲ ଗେଟ୍ ଗୁଡିକୁ ଅବରୋଧ ଓ ଟୋଲ୍ ଟିକସ ଆଦାୟକୁ ବନ୍ଦ କରାଯିବ ବୋଲି ବିକେୟୁ ସାଧାରଣ ସମ୍ପାଦକ ଏଚଏସ୍ ଲାଖୋୱାଲ ଚେତାବନୀ ଦେଇଛନ୍ତି।
Comments are closed.