ଯୁବରାଜଙ୍କ ବାପାଙ୍କ ବିବାଦୀୟ ବୟାନ, ଜୋର ଧରିଲା ଗିରଫ ଦାବି

ନୂଆଦିଲ୍ଲୀ: ଦେଶରେ କୃଷି ଆଇନ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନରେ ଭାରତୀୟ ଦଳର ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କ ପିତା ଯୋଗରାଜ ସିଂହ ସମର୍ଥନ କରିବା ସହ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି।
ୟୋଗରାଜ ସିଂହ ଚାଷୀ ଆନ୍ଦୋଳନ ସମୟରେ ଭାଷଣ ଦେବା ବେଳେ ହିନ୍ଦୁମାନଙ୍କ ବିଷୟରେ ଏମିତି ଟିପ୍ପଣୀ ଦେଇଛନ୍ତି ଯେ, ଏହାପରେ ତାଙ୍କୁ ଗିରଫ କରାଯିବା ପାଇଁ ଦାବି କରାଯାଉଛି। ତାଙ୍କ ଭାଷଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା ଦେଖିବା ପରେ ଲୋକଙ୍କ କ୍ରୋଧ ବଢ଼ିବାରେ ଲାଗିଛି।
Shameful! #yograjsingh father of cricketer Yuvraj Singh abusing Hindus during farmer's protests.
This is not acceptable.. I demand his arrest. @AmitShah ji. #ArrestYograjSingh
— Hardik M Dodiya (@HardikDodiya_) December 4, 2020
ୟୋଗରାଜ ସିଂଙ୍କ ଯେଉଁ ଭାଷଣ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ସେଥିରେ ସେ ପଞ୍ଜାବୀରେ ଭାଷଣ ଦେଉଥିବା ଦେଖାଯାଉଛି। ଭାଷଣ ସମୟରେ ସେ ହିନ୍ଦୁମାନଙ୍କ ପ୍ରତି ‘ଗଦ୍ଦାର’ ଶବ୍ଦ ବ୍ୟବହାର କରୁଥିବା ନଜର ଆସିଛ । ସେ କହିଛନ୍ତି ଯେ ‘ଏହି ହିନ୍ଦୁମାନେ ଗଦ୍ଦାର, ଶହେ ବର୍ଷ ପର୍ଯ୍ୟନ୍ତ ମୋଗଲ ମାନଙ୍କ ଗୁଲାମୀ କରୁଥିଲେ’। କେବଳ ସେତିକି ନୁହେଁ ୟୋଗରାଜ ମହିଳାଙ୍କ ବିଷୟରେ ମଧ୍ୟ ବିବାଦୀୟ ବିବୃତ୍ତି ଦେଇଛନ୍ତି।
ସୋସିଆଲ ମିଡିଆରେ ଅନେକ ୟୁଜର୍ସ ୟୋଗରାଜଙ୍କ ଏହି ଭାଷଣକୁ ନିନ୍ଦା କରିଛନ୍ତି। ଏହାକୁ ଘୃଣ୍ୟ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଅତୀତରେ ୟୋଗରାଜ ଅନେକ ଥର ନିଜର ବୟାନ ପାଇଁ ବିବାଦରେ ରହିଛନ୍ତି।
Comments are closed.