ଶ୍ରେଣୀ ଗୃହରେ ବାଲ୍ୟ ବିବାହ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଶ୍ରେଣୀ ଗୃହରେ ବାଲ୍ୟ ବିବାହ। ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦିଆଯାଥିବା ବେଳେ ଶ୍ରେଣୀ ଗୃହରେ ବାଲ୍ୟ ବିବାହ ଘଟଣା ଏବେ ସାମ୍ନାକୁ ଆସିଛି। ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ରାଜାମହେନ୍ଦ୍ରବରମର ଜୁନିଅର କଲେଜରେ ଦେଖିବାକୁ ମିଳିଛି ବାଲ୍ୟ ବିବାହ। ନାବାଳକ ଏବଂ ନାବାଳିକା ଶ୍ରେଣୀଗୃହରେ ବିବାହ କରିଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ସୂଚନା ମୁତାବକ, ଜଣେ ୧୭ ବର୍ଷର ବାଳକ ଶ୍ରେଣୀଗୃହରେ ନାବାଳିକାକୁ ମଙ୍ଗଳାସୁତ୍ର ପିନ୍ଧାଇବା ସହ ସିନ୍ଦୁର ଲଗାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ବାଲ୍ୟ ବିବାହ ଆଇନ ୨୦୦୬ ଅନୁଯାୟୀ ପୋଲିସ ଏକ ମାମଲା ରୁଜୁ କରିଛ । ତେବେ ଏହି ବିବାହ କରାଇଥିବା ବ୍ୟକ୍ତିଙ୍କୁ ଖୋଜୁଛି ପୋଲିସ। ଅଧିକାରୀମାନେ ମଧ୍ୟ ଏଭଳି ଘଟଣାକୁ ବହୁତ ନିନ୍ଦା କରିଛନ୍ତି।
ଏହି ଘଟଣା ସେତେବେଳେ ସମସ୍ତଙ୍କର ସାମ୍ନାକୁ ଆସିଥିଲା ଯେତେବେଳେ ଭିଡିଓଟି ଭାଇରାଲ ହୋଇଥିଲା। ବିବାହ କରିଥିବା ନାବାଳକର ସାଙ୍ଗ ଭିଡିଓ ରେକର୍ଡ କରିଥିଲେ ବୋଲି ସୂଚନା ମିଳିଛି। ଘଟଣାରେ ଜଡ଼ିତ ଥିବା ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ କଲେଜ ପକ୍ଷରୁ ନୋଟିସ କରାଯାଇଛି।
ଆନ୍ଧ୍ରପ୍ରଦେଶ ମହିଳା ଆୟୋଗର ଅଧ୍ୟକ୍ଷ କହିଛନ୍ତି ଝିଅର ମାଆ ବାପା ତାଙ୍କୁ ଘରକୁ ଫେରିବାକୁ ଦେଇନାହାଁନ୍ତି। ସେଥିପାଇଁ ନାବାଳିକାକୁ କାଉନସେଲିଂ ପାଇଁ ଗୋଟିଏ ଷ୍ଟପ୍ ସେଣ୍ଟରକୁ ନିଆଯାଇଥିଲା।
Comments are closed.