ଭାରତ ବନ୍ଦ ଯୋଗୁଁ ଜାନୁଆରି ୨କୁ ଘୁଞ୍ଚିଲା ଓସିଏସ୍ ପରୀକ୍ଷା
![](https://www.odishalink.com/wp-content/uploads/2020/12/opsc-office.jpg)
ଭୁବନେଶ୍ୱର: ଆସନ୍ତା କାଲି କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନଗୁଡ଼ିକ ଭାରତ ବନ୍ଦ ଡକରା ଦେଇଛନ୍ତି। ଏଥିପାଇଁ ଆସନ୍ତାକାଲି ହେବାକୁ ଥିବା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାକୁ ଜାନୁଆରି ୨ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।
ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଆଜି ଜାରି ଏକ ବିଜ୍ଞପ୍ତି ଜାରି କରି ଏ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ବିଜ୍ଞପ୍ତିରେ ଓପିଏସସି ପକ୍ଷରୁ କୁହାଯାଇଛି ଯେ ଭାରତ ବନ୍ଦ ଦୃଷ୍ଟିରୁ ପରୀକ୍ଷାର୍ଥୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି।
ଏହାକୁ ଦୃଷ୍ଟିରେ ରଖି ୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାକୁ ଜାନୁଆରି ୨ ପର୍ଯ୍ୟନ୍ତ ଘୁଞ୍ଚାଇଦିଆଯାଇଛି। ଜାନୁଆରି ୨ରେ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ନିର୍ଦ୍ଧାରିତ ସମୟରେ ପରୀକ୍ଷା ଆୟୋଜିତ ହେବ।
ପୂର୍ବରୁ ପ୍ରଦାନ କରାଯାଇଥିବା ପ୍ରବେଶପତ୍ର ଦେଖାଇ ପ୍ରରୀକ୍ଷାର୍ଥୀମାନେ ପରୀକ୍ଷା ଦେଇପାରିବେ। ଏଥିପାଇଁ ନୂତନଭାବେ କୌଣସି ପ୍ରବେଶ ପତ୍ର ଦିଆଯିବ ନାହିଁ ବୋଲି ଓପିଏସସି ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି।
Comments are closed.