Odisha Link
Bridging the Missing Links in Odisha

ଓଡ଼ିଶାରେ ସୁରକ୍ଷିତ ନାହାନ୍ତି ଶୈଶବ : ବିଧାନସଭା

ଭୁବନେଶ୍ବର : ଓଡ଼ିଶାରେ ଶିଶୁଙ୍କ ସୁରକ୍ଷା ନେଇ ଉଠିଛି ଏକ ବଡ ପ୍ରଶ୍ନବାଚୀ । ବିଧାନସଭା ଗୃହରେ ମନ୍ତ୍ରୀ ରଖିଥିବା ତଥ୍ୟ ଅନୁସାରେ ଚଳିତବର୍ଷ ଜାନୁୟାରୀରୁ ମାର୍ଚ୍ଚ ମାତ୍ର ତିନି ମାସ ଭିତରେ ଓଡ଼ିଶାର ମୋଟ୍ ୬୦୨ ଜଣ ନାବାଳକ ଓ ନାବାଳିକା ନିଖୋଜ ହୋଇଛନ୍ତି । ହଜିଯାଇଥିବା ଶହେ ନାବାଳକଙ୍କ ମଧ୍ୟରୁ ମାତ୍ର ୩୧ ଜଣଙ୍କୁ ଉଦ୍ଧାର କରାଯାଇଛି । ଆଉ ନାବାଳିକାଙ୍କ କ୍ଷେତ୍ରରେ ଏହି ପରିସଂଖ୍ୟାନ ଆହୁରି ଚିନ୍ତାଜନକ । କାରଣ ଏହି ତିନି ମାସ ଭିତରେ ୫୦୨ ଜଣ ନାବାଳିକା ନିଖୋଜ ହୋଇଛନ୍ତି ।
ସବୁଠାରୁ ବଡ଼ ଚିନ୍ତାଜନକ ବିଷୟ ହେଲା କି, ସେଥିରୁ ମାତ୍ର ୭୯ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ପୁଲିସ । ସେହିଭଳି ଯଦି ୨୦୧୬ରୁ ୨୦୧୯ ମାର୍ଚ୍ଚ ଯାଏ ପରିସଂଖ୍ୟାନକୁ ବିଚାରକୁ ନିଆଯାଏ, ତେବେ ୬୨୮ ନାବାଳକ, ୨୬୫୮ ନାବାଳିକାଙ୍କ ସଂପର୍କରେ କାହା ପାଖରେ କିଛି ଖବର ନାହିଁ । ୩୨୭୬ କୁନି କୁନି ପିଲା କୁଆଡେ ଗଲେ ତାକୁ ନେଇ ସୃଷ୍ଟି ହୋଇଛି ବଡ ପ୍ରଶ୍ନବାଚୀ । କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଲିଖିତ ପ୍ରଶ୍ନର ଉତରରେ ନିଖୋଜ ନାବାଳକ ଏବଂ ନାବାଳିକାଙ୍କ ସଂପର୍କରେ ଏଭଳି କିଛି ତଥ୍ୟ ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ।

Comments are closed.