ଆଜି ବିଶ୍ୱ ମାନବ ଅଧିକାର ଦିବସ, ମାନବ ଅଧିକାର କ’ଣ ଜାଣନ୍ତୁ…
ନୂଆଦିଲ୍ଲୀ: ଆଜି ବିଶ୍ୱ ମାନବିକ ଅଧିକାର ଦିବସ। ପ୍ରତିବର୍ଷ ଡିସେମ୍ୱର ମାସ ୧୦ ତାରିଖରେ ବିଶ୍ୱ ମାନବ ଅଧିକାର ଦିବସ ପାଳନ କରାଯାଏ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ମନୁଷ୍ୟ। ଏଣୁ ସବୁ ବର୍ଗର ମଣିଷ କିଭଳି ଉଚିତ୍ ନ୍ୟାୟ, ଅଧିକାର ଓ ସମ୍ମାନ ପାଇବେ ସେନେଇ ବିଶ୍ୱ ମାନବ ଅଧିକାର ଦିବସ ପାଳନ କରାଯାଏ।
ସମାଜରେ ସବୁ ଲୋକଙ୍କର ସମାନ ଅଧିକାର ରହିଥାଏ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ। ଏବଂ କୌଣସି ଜିନିଷରେ ଭେଦ ଭାବ କରାଯାଇ ପାରିବ ନାହିଁ ଏଥିପାଇଁ ଅଧିକାରର ନିର୍ମାଣ କରାଯାଇଛି। କୌଣସି ବି ବ୍ୟକ୍ତି କିଛି ବି ପରିସ୍ଥିତିରେ କାହା ଅଧିକାରରୁ ଛଡ଼ାଇ ନେଇ ପାରିବ ନାହିଁ। ଏହାସହ କୌଣସି ସରକାର କିମ୍ବା ସଂସ୍ଥା କାହା ସହ ଭେଦ ଭାବ ମଧ୍ୟ କରିପାରିବେ ନାହିଁ।
୧୯୪୮ ମସିହାରେ ଜାତିସଂଘର ସାଧାରଣ ସଭାରେ ଡିସେମ୍ୱର ୧୦ ତାରିଖକୁ ମାନବ ଅଧିକାର ଦିବସ ଭାବେ ପାଳନ କରାଯିବ ବୋଲି ଘୋଷଣା କରାଯାଇଥିଲା। ୪୮ଟି ଦେଶ ଏକାଠି ହୋଇ ସଂଯୁକ୍ତ ରାଷ୍ଟ୍ରର ସାଧାରଣ ସଭାରେ ଏହି ଦିନକୁ ପାଳନ କରିଥିଲେ। ସେହିପରି ୧୯୯୩ ମସିହାରେ ମାନବିକ ଅଧିକାର ସଂଜ୍ଞା ସହ ମାନବିକ ଅଧିକାର ସୁରକ୍ଷା ଆଇନ୍ ଭାରତ ସଂସଦରେ ପ୍ରଣୀତ ହୋଇଥିଲା। ସେହି ବର୍ଷ ଜାତୀୟ ସ୍ତରରେ ମାନବ ଅଧିକାର କମିସନର୍ ଗଠନ ମଧ୍ୟ କରାଯାଇଥିଲା।
ମାନବ ଅଧିକାର କ’ଣ ?
ମାନବ ଅଧିକରାର ଅର୍ଥ ହେଉଛି ସମସ୍ତଙ୍କୁ ସବୁ ଅଧିକାର ମିଳିବା, ଯାହା ବ୍ୟକ୍ତିର ଜୀବନ, ସ୍ୱତନ୍ତ୍ରତା, ସମ୍ମାନତା ଓ ପ୍ରତିଷ୍ଠା ସହ ଜଡ଼ିତ। ଏହି ସମସ୍ତ ଅଧିକାର ଭାରତୀୟ ସମ୍ବିଧାନର ତୃତୀୟ ଭାଗରେ ମୌଳିକ ଅଧିକାର ନାଁରେ ରହିଛି ଏବଂ ଏହି ଅଧକାରର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ କୋର୍ଟ ଦ୍ୱାରା ଦଣ୍ଡ ଦିଆଯାଇଥାଏ।
Comments are closed.