କନ୍ୟାଙ୍କୁ ନାଚିବାକୁ ବାଧ୍ୟ କରି ବର ହେଲେ ଶିଶୁପାଳ

ଉତ୍ତରପ୍ରଦେଶ: ବିବାହ ପାଇଁ ସରିଥିଲା ସବୁ ପ୍ରସ୍ତୁତି। ଆଉ କିଛି ସମୟପରେ ପଡ଼ିଥାନ୍ତା ହାତଗଣ୍ଠି। ହେଲେ ଶେଷରେ ଶିଶୁପାଳ ହୋଇ ଫେରିଲେ ବର। କନ୍ୟାକୁ ବିବାହ ଉତ୍ସବରେ ନୃତ୍ୟ ପାଇଁ ବାଧ୍ୟ କରିବାରୁ କଥା ଏତେ ବଢ଼ିଗଲା ଯେ ଶେଷରେ ଭାଙ୍ଗିଗଲା ବାହାଘର। ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶର ବରେଲି ଅଞ୍ଚଳରେ।
ଖବର ମୁତାବକ, ବରର ସାଙ୍ଗମାନେ କନ୍ୟାକୁ ବିବାହ ଉତ୍ସବରେ ନୃତ୍ୟ ପ୍ରଦର୍ଶନ କରିବାକୁ ବାଧ୍ୟ କରିଥିଲେ। ଏହା କନ୍ୟା ଜଣଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଥିଲା ଓ ସେ ଉକ୍ତ ବରକୁ ବିବାହ କରିବାକୁ ମନା କରିଦେଇଥିଲେ।
କନ୍ୟାଜଣଙ୍କ କହିଛନ୍ତି ଯେ, ବରର ସାମ୍ନାରେ ଅନ୍ୟମାନେ ତାଙ୍କୁ ନୃତ୍ୟ କରିବାକୁ ବାଧ୍ୟ କରିଥିଲେ। ମାତ୍ର ବର ସବୁ ଦେଖି କିଛି ନ ଜାଣିବା ପରି ନିରବ ରହିଥିଲେ। କନ୍ୟାଙ୍କ ମତରେ ଏହା ନାରୀ ସମାଜ ପ୍ରତି ଅସମ୍ମାନ। ନାରୀଙ୍କୁ ସମ୍ମାନ ଦେଇ ଜାଣିନଥିବା ଜଣେ ପୁରୁଷଙ୍କୁ ସେ ଜୀବନସାଥୀ ରୂପେ ଗ୍ରହଣ କରିପାରିବେ ନାହିଁ ବୋଲି କହିଥିଲେ। ଏହି ଘଟଣା ପରେ କନ୍ୟାପକ୍ଷର ଅଭିଯୋଗ ମୁତାବକ ବର ପକ୍ଷ ୬.୫ ଲକ୍ଷ ଟଙ୍କା ଦେଇ ଘଟଣାକୁ ସମାଧାନ କରାଯାଇଥିଲା।
Comments are closed.