ହୃଦଘାତରେ ବିଡିଓଙ୍କ ପରଲୋକ
ଭଦ୍ରକ: ଭଦ୍ରକ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କର ହୃଦଘାତରେ ପରଲୋକ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ହେଉଛନ୍ତି ଦାମୋଦର ଖୁଣ୍ଟିଆ। ଆଜି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
ସୂଚନା ମୁତାବକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାମୋଦର ଖୁଣ୍ଟିଆ ଭଦ୍ରକ ବ୍ଲକରେ ୨୦୧୯ ମସିହା ଡିସେମ୍ବର ମାସରେ ଯୋଗ ଦେଇଥିଲେ। ସେ ସ୍ଥାନୀୟ ବ୍ଲକ କଲୋନୀ କ୍ୱାଟରରେ ରହୁଥିଲେ। ବିଳମ୍ବିତ ରାତିରେ ବିଡ଼ିଓ ଫୋନ ଯୋଗେ ଅସୁସ୍ଥତା ନେଇ ପଡୋଶୀଙ୍କୁ ଜଣାଇଥିଲେ। ପଡୋଶୀ ତାଙ୍କୁ ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।
Comments are closed.