Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ସ୍ପେଶାଲ ପ୍ଲାନିଂ ଅଫିସର

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ସ୍ପେଶାଲ ପ୍ଲାନିଂ ଅଫିସର। ବଲାଙ୍ଗୀର ସ୍ପେଶାଲ ପ୍ଲାନିଂ ଅଫିସର ଜୀବାଦିଶ ପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ଼୍‌ କରାଯାଇଛି। ଏକା ସାଙ୍ଗରେ ବାସଭବନ ସମେତ ବିଭିନ୍ନ ସ୍ଥାନରେ ରେଡ୍‌ ଜାରି ରହିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ଼୍‌ କରାଯାଇଛି।

ଭିଜିଲାନ୍ସ ପକ୍ଷରୁ ୩ଟି ଟିମ୍‌ ଏକାସାଙ୍ଗେ ସମ୍ବଲପୁର, ବଲାଙ୍ଗୀର ଓ ସୋନପୁରରେ ଚଢାଉ କରିଛି। ବଲାଙ୍ଗୀର ଅଫର୍ଶପଡ଼ା ସ୍ଥିତି ନିଜ ବାସଭବନ, ତାଙ୍କ ପୁତୁରାଙ୍କ ବାସଭବନ, ଫୁଇଂତଳା ବ୍ଲକ ସିକାବେହେଙ୍ଗା ସ୍ଥିତ ଜୀବାଦିଶଙ୍କ ପୈତୃକ ବାସଭବନରେ ରେଡ଼୍‌ ଜାରି ରହିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଟଙ୍କାର ସମ୍ପତ୍ତି ଜବତ ହୋଇଛି, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Comments are closed.