ସରିଲା ରିମାଣ୍ଡ ଅବଧି, ଜେଲ୍ ଗଲେ ଆକାଶ
![](https://www.odishalink.com/wp-content/uploads/2020/12/akash-pathak-2.jpg)
ଭୁବନେଶ୍ୱର: ସ୍କାଏକିଙ୍ଗର ୬୫ ଲକ୍ଷ ଠକେଇ ମାମଲାରେ ଜେଲ୍ ଗଲେ ଆକାଶ ପାଠକ। ଆଜି କୋର୍ଟରେ ହାଜର ପରେ ତାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି। ୪ ଦିନିଆ ରିମାଣ୍ଡ ଶେଷ ପରେ ଜୁନିଅର ପାଠକଙ୍କୁ ଭୁବନେଶ୍ୱରର ଏସଡିଜିଏମ୍ କୋର୍ଟରେ ହାଜର କରାଯାଇଥିଲା।
ଆକାଶ ନିଜକୁ ଟାଟା ମୋଟର୍ସର ଏମଡି ପରିଚୟ ଦେଇ ସ୍କାଏକିଙ୍ଗ ଟ୍ରାଭେଲସ ଏଜେନ୍ସିରୁ ଚାର୍ଟର ବିମାନ ବୁକିଂ କରୁଥିଲେ। ବିମାନ ଭଡ଼ା କିଛି ଦେଇ ଆଉ କିଛି ବକେୟା ରଖିଥିଲେ। ଅର୍ଥ ଫେରସ୍ତ ପାଇଁ ମାଗିବାରୁ ଆକାଶ ଧମକ ଚମକ ଦେଉଥିବା ସ୍କାଏକିଙ୍ଗ ତରଫରୁ ଅଭିଯୋଗ କରାଯାଇଥିଲା।
ତେବେ ରିମାଣ୍ଡ ସମୟରେ କମିଶନରେଟ ପୋଲିସ ଆକାଶଙ୍କୁ ଜେରା କରିଥିଲା। ଜେରାରେ ପୋଲିସ ଆଗରେ କିଛି ସ୍ୱୀକାର କରିନଥିବା ଆକାଶ ନିଜ ପ୍ରତିକ୍ରିୟାରେ କହିଛନ୍ତି।
Comments are closed.