ଅନୁଭବଙ୍କୁ ମହିଳା କମିଶନଙ୍କ ନୋଟିସ୍

ଭୁବନେଶ୍ୱର: ଓଲିଉଡ ଅଭିନେତା ତଥା ସାଂସଦ ଅନୁଭବଙ୍କୁ ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି। ଆସନ୍ତା ୨୯ ତାରିଖରେ ଅନୁଭବ ଏବଂ ତାଙ୍କ ବାପା, ମାଙ୍କୁ ମହିଳା କମିଶନ ନିକଟରେ ହାଜର ହେବାପାଇଁ ନୋଟିସ ଜାରି ହୋଇଛି।
ଗତ ୧୯ ତାରିଖରେ ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ ସ୍ୱାମୀ ଅନୁଭବ ଓ ତାଙ୍କ ଆଉ ୨ ସହଯୋଗୀଙ୍କ ନାଁରେ ଅଭିଯୋଗ କରିଥିଲେ। ବର୍ଷାଙ୍କ ଅଭିଯୋଗ ଅନୁସାରେ, ରୁମ୍ରେ ଅନୁଭବ ତାଲା ପକାଇ ଦେଇଥିଲେ।
ସେଥିପାଇଁ ରାସ୍ତାରେ ଘଣ୍ଟାଏ ଛିଡ଼ା ହୋଇ ରହିଥିଲେ। ଅନୁଭବ ଘରେ ରହିବାକୁ ବାଧା ଦେଉଥିବା ଏତଲାରେ ଉଲ୍ଲେଖ କରିଥିଲେ। ତେବେ ବର୍ଷାଙ୍କ ଅଭିଯୋଗ ପରେ ଅନୁଭବ ମହାନ୍ତିଙ୍କ ଘରେ ପୋଲିସ ପହଞ୍ଚିବା ସହ ମାମଲା ରୁଜୁ କରିଥିଲା ପୋଲିସ୍।
Comments are closed.