ଭିଜିଲାନ୍ସ ଜାଲରେ ଜିଏସ୍ଟି ଅଫିସର

ରାଉରକେଲା: ଭିଜିଲାନ୍ସ ଜାଲରେ ଜିଏସ୍ଟି ଅଫିସର ଅଲେଖ ମହାନନ୍ଦ। ଅଲେଖ ମହାନନ୍ଦ ଜିଏସଟି ଅଫିସର ଭାବେ କମର୍ସିଆଲ ଡିପାର୍ଟମେଣ୍ଟରେ କାମ କରନ୍ତି । ଏକକାଳୀନ ଅଲେଖଙ୍କ ପୈତୃକ ଗାଁ, ଶ୍ୱଶୁର ଘର, ରାଉରକେଲା ଅଫିସ ଓ ରାଉରକେଲା ବାସଭବନରେ ରେଡ୍ ଚାଲିଛି l ରାଉରକେଲା ଭିଜିଲାନ୍ସ ଓ ସୁନ୍ଦରଗଡ଼ ଭିଜିଲାନ୍ସ ଟିମ୍ ଏହି ରେଡ୍ରେ ସାମିଲ୍ ଅଛନ୍ତି।
ସୂଚନା ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଉରକେଲା ଜିଏସଟି ଆସିଷ୍ଟାଣ୍ଟ କମିଶନର ଅଲେଖ ମହାନନ୍ଦ ଘରେ ଭିଜିଲାନ୍ସ ରେଡ୍ କରିଛି । ଭିଜିଲାନ୍ସ ପକ୍ଷରୁ ଅଲେଖ ମହାନନ୍ଦଙ୍କ ଛେଣ୍ଡସ୍ଥିତ ବାସଭବନ ସହ ୪ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି।
ତେବେ ଚଢାଉ ହୋଇଥିବା ସ୍ଥାନଗୁଡିକ ହେଉଛି- ଛେଣ୍ଡସ୍ଥିତ ଫେଜ-୧, ଏଲ୍- ୧୧୯ ବାସଭବନ ସହ କାର୍ଯ୍ୟାଳୟ ଏବଂ ଶଶୁର ଘରେ ରେଡ଼ ଜାରି ରହିଛି । ରାଉରକେଲା ଭିଜିଲାନ୍ସ ପକ୍ଷରୁ ୪ଟି ସ୍ବତନ୍ତ୍ର ଟିମ୍ ଏହି ରେଡ୍ରେ ସାମିଲ ଅଛନ୍ତି ।
Comments are closed.