Odisha Link
Bridging the Missing Links in Odisha

ଦିଲ୍ଲୀରେ ପହଞ୍ଚିବ କରୋନା ଟିକାର ପ୍ରଥମ ସ୍ଲଟ୍

ନୂଆଦିଲ୍ଲୀ: କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସାରା ଦେଶ ଟିକାର ଅପେକ୍ଷା କରିଥିବା ବେଳେ, ଏବେ ଖୁବ୍ ଶୀଘ୍ର ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ବିଶେଷ ସୂତ୍ର ମୁତାବକ ଆସନ୍ତା ସପ୍ତାହରେ ଜିଲ୍ଲାରେ ପହଞ୍ଚିବ କରୋନା ଟିକାର ପ୍ରଥମ ସ୍ଲଟ୍।

ଟିକାର ସଂରକ୍ଷଣ ପାଇଁ ଦିଲ୍ଲୀ ସରକାର ୬୦୯ଟି ଶୀତଳ ଭଣ୍ଡାର ଚିହ୍ନଟ କରିଛନ୍ତି। ରାଜୀବ ଗାନ୍ଧି ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ, ଲୋକନାୟକ ହସ୍ପିଟାଲ, କସ୍ତୁରାବ ହସ୍ପିଟାଲ, ବାବାସାହେବ ଆମ୍ବେଦକର ହସ୍ପିଟାଲ, ଜିଟିବି ହସ୍ପିଟାଲ ଓ ମହଲ କ୍ଲିନିକଗୁଡ଼ିକୁ ଶୀତଳ ଭଣ୍ଡାର ଭାବେ ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଛି।

ଟିକାକରଣର ପ୍ରଥମ ଚରଣରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଟିକା ଦେବାର ଯୋଜନା ରହିଛି। ଟିକାକରଣ ବେଳେ କ’ଣ ସବୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଓ କେମିତି ସୁରକ୍ଷିତ ଭାବେ ଟିକା ଲୋକଙ୍କୁ ପ୍ରଦାନ କରାଯିବ, ସେଥିପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଶିକ୍ଷା ଦିଆଯାଉଛି। ଏହି ତାଲିମ କାର୍ଯ୍ୟକ୍ରମରେ ପ୍ରାୟ ୩୫୦୦ ସ୍ୱାସ୍ଥ୍ୟକର୍ମୀ ଭାଗ ନେଇଛନ୍ତି।

 

Comments are closed.