ଶୀତ ମୁକାବିଲା ପାଇଁ ସବୁ ଜିଲ୍ଲାପାଳଙ୍କୁ ଏସ୍ଆର୍ସିଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଶୀତର ମୁକାବିଲା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି। ଶୀତ ଲହରୀ ନେଇ ଲୋକଙ୍କୁ ସତର୍କ କରାଇବାକୁ ବ୍ୟବସ୍ଥା ପାଇଁ ଚିଠି ଲେଖିଛନ୍ତି ଏସ୍ଆର୍ସି। ଆବଶ୍ୟକ ନଥିଲେ ରାତିରେ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ରାତିରେ ଦୁଇ ଚକିଆ ଯାନରେ ଯାତ୍ରାରୁ ବିରତ ରହିବାକୁ ପରାମର୍ଶ ଦିଆଯାଇଛି।
ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ରାତିରେ ବାସହୀନଙ୍କ ପାଇଁ ସ୍କୁଲ ଘରେ ରହିବାର ବ୍ୟବସ୍ଥା କରିବା। ଶୀତ ଦୂର କରିବା ପାଇଁ ବୈଦ୍ୟୁତିକ ସରଞ୍ଜାମର ବ୍ୟବହାର ସର୍ତକତାର ସହ କରିବାକୁ ପରାମର୍ଶ ଦିଆଯାଇଛି। ଏହା ସହ ଶୀତ ଦୂର ପାଇଁ ନିଆଁ ଜାଳିବା ଦିଗରେ ବିଶେଷ ଧ୍ୟାନ ଦେବା ପାଇଁ ଏସଆରସି କହିଛନ୍ତି।
ରାଜ୍ୟରେ ଶୀତର ଲହରୀ ନେଇ ୧୫ଟି ଜିଲ୍ଲା ପାଇଁ ୱାର୍ଣ୍ଣିଂ ଜାରି ହୋଇଛି। ୫ଟି ଜିଲ୍ଲାକୁ ତୀବ୍ର ଶୀତ ଲହରି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାରେ ସ୍ୱାଭାବିକଠାରୁ ୬.୪ ଡିଗ୍ରୀ ବା ତାଠୁ ଆହୁରି କମ୍ ତାପମାତ୍ରା ରହିବ। ୫ଟି ଜିଲ୍ଲା ହେଉଛି ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି ଓ ସୁନ୍ଦରଗଡ।
ସେହିପରି ୧୦ଟି ଜିଲ୍ଲାକୁ ଶୀତ ଲହରି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ୧୦ଟି ଜିଲ୍ଲା ହେଉଛି କୋରାପୁଟ, ବରଗଡ, କନ୍ଧମାଳ, ଦେଓଗଡ, କଟକ, ନବରଙ୍ଗପୁର, ବୌଦ୍ଧ, କାନପୁର, ମୟୂରଭଞ୍ଜ ଓ ବଲାଙ୍ଗିର।
Comments are closed.