ରାଜ୍ୟରେ ହାଡ଼ଭଙ୍ଗା ଶୀତ, ଦାରିଙ୍ଗିବାଡ଼ିରେ ପାରା ୫ ଡିଗ୍ରୀ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଶୀତ ପ୍ରକୋପ ଆଉ ଦୁଇଦିନ ଏଭିତି ରହିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ଥଣ୍ଡା ଲହରୀ ଅନୁଭୂତ ହେବା ସହ ଧିରେଧିରେ ଶୀତ ପ୍ରକୋପ କମିପାରେ। ପାଣିପାଗ ବିଭାଗ ପକ୍ଷରୁ ଏପରି ପୂର୍ବାନୁମାନ କରାଯାଇଛି।
ରାଜ୍ୟର ମୋଟ ୧୨ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳେ ଅଛି। ଦାରିଙ୍ଗିବାଡ଼ିର ରାତି ତାପମାତ୍ରା ୫ ଡିଗ୍ରୀକୁ ଖସି ଆସିଥିବାବେଳେ ବାରିପଦା ୯, ବଲାଙ୍ଗିର ୯.୨, ସୋନପୁର ୯.୪ ଡିଗ୍ରୀ, ଅନୁଗୁଳ ୫.୬, କୋରାପୁଟ ୭, ସୁନ୍ଦରଗଡ଼ ୭, ଝାରସୁଗୁଡ଼ା ୭.୮, ଭବାନୀପାଟଣା ୮, କେନ୍ଦୁଝର ୮.୮, ବୌଦ୍ଧ ୯ ଡିଗ୍ରୀ ସେଲସିୟସ୍ ଥିଲା। ଉପକୂଳ ଓଡ଼ିଶାରେ ମଧ୍ୟ ପାରଦ ସ୍ୱାଭାବିକଠାରୁ କମ୍ ରହିଛି। ପାରଦ ପ୍ରାୟତଃ ୧୨ରୁ ୧୩ ଡିଗ୍ରୀ ଭିତରେ ରହୁଛି।
ପାଣିପାଗ ବିଭାଗର ସୂଚନାନୁସାରେ, ରାଜ୍ୟରେ ଏବେ ପାଗ ପ୍ରାୟତଃ ଶୁଖିଲା ରହିବ। ମୟୂରଭଞ୍ଜ, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନୂଆପଡ଼ା, ଅନୁଗୁଳ, ଓ ନବରଙ୍ଗପୁରରେ ଗୁରୁବାର ସକାଳେ ଅଧିକ ଥଣ୍ଡା ଅନୁଭୂତ ହେବ। ଗୁରୁବାର ରାତି ଓ ଶୁକ୍ରବାର ସକାଳେ ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା, କନ୍ଧମାଳ ଜିଲ୍ଲାରେ ଥଣ୍ଡା ଲହରୀ ଜାରି ରହିବ। ସେହିପରି ଶୁକ୍ରବାର ରାତି ଓ ଶନିବାର ସକାଳେ ମଧ୍ୟ ଶୀତ ଲହରୀ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
Comments are closed.