ନକ୍ସଲଙ୍କ ବର୍ବରକାଣ୍ଡ, ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା

ମାଲକାନଗିରି: ପୁଣି ନକ୍ସଲମାନେ ଭିଆଇଛନ୍ତି ବର୍ବର କାଣ୍ଡ। ଆନ୍ଧ୍ର- ଓଡ଼ିଶା ସୀମାନ୍ତ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଜଣକୁ ପୁଲିସ ଇନଫର୍ମର ସନ୍ଦେହ କରି ହତ୍ୟା କରିଛନ୍ତି। ବ୍ୟକ୍ତିଙ୍କର ହାତକୁ ବାନ୍ଧି ମୁଣ୍ଡ ପଛରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ମାରି ଦେଇଛନ୍ତି। ସେ ହେଉଛନ୍ତି ଆନ୍ଧ୍ର ପ୍ରଦେଶ ବିଶାଖାପାଟନମ ଜିଲ୍ଲାର ପେଦାବାଇଲୁ ବ୍ଲକର ବିନିଲକୋଟା ପଞ୍ଚାୟତ ଅନ୍ତର୍ଗତ ଚିନ୍ତାଗୁରୁ ଗ୍ରାମର ସତୀଶ ବାବୁ।
ସତୀଶଙ୍କୁ କରୁକୋଣ୍ଡାଦଲମ ମାଓବାଦୀମାନେ ହତ୍ୟା କରିଛନ୍ତି। ସତୀଶ ବାବୁଙ୍କୁ ଗତକାଲି ରାତି ପ୍ରାୟ ଦୁଇଟା ବେଳେ କୋଡ଼ିଏରୁ ଉର୍ଦ୍ଧ୍ବ ମାଓବାଦୀ ଆସି ଘରୁ ଡାକି ନେଇ ଚିନ୍ତାଗୁରୁ ଗାଁ ମୁଣ୍ଡରେ ହତ୍ୟା କରିଥିଲେ ଏବଂ ଘଟଣା ସ୍ଥଳରେ ଏକ ଚିଠି ଛାଡ଼ିଥିଲେ। ମାଓବାଦୀମାନେ ଚିଠିରେ ସତୀଶ ବାବୁଙ୍କୁ ପୁଲିସ ଇନଫର୍ମର ଓ ଗଞ୍ଜେଇ ବ୍ୟବସାୟ କରିବା ଏବଂ ଆଦିବାସୀଙ୍କୁ ହଇରାଣ କରୁଥିବାରୁ ହତ୍ୟା କରିଥିବାର ଦର୍ଶାଇଛନ୍ତି।
Comments are closed.