ବସ୍ ପଛକୁ ଧକ୍କା ଦେଲା ବାଇକ୍

ପାଟଣା : କେନ୍ଦୁଝର ଜିଲ୍ଲା ୨୨୦ ନମ୍ବର ଜାତୀୟ ରାଜପଥର ପାଟଣା ଥାନା ଦକ୍ଷିଣପଶି ଛକ ନିକଟରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ପୂଜାରିଣୀ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ପଛକୁ ଏକ ବାଇକ୍ ଧକ୍କା ଦେବା ଫଳରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତରମାନେ ହେଲେ ସାହାରପଡ଼ା ବ୍ଲକ ଗଣ୍ଡବେଡ଼ା ଗ୍ରାମର ଲିଙ୍ଗରାଜ ନାଏକ ଓ ଜୟଦେବ ନାଏକ।
ମିଳିଥିବା ସୂଚନା ଅନୁସାରେ, ଉଭୟ ଏକ ବାଇକ୍ ଯୋଗେ ପାଟଣା ଅଭିମୁଖେ ଯାଉଥିବା ସମୟରେ ଦକ୍ଷିଣପଶି ଛକ ନିକଟରେ ବସଟି ଯାତ୍ରୀ ଓହ୍ଲାଇବା ପାଇଁ ଠିଆ ହୋଇଥିଲା। ଠିକ୍ ଏତିକି ବେଳେ ବାଇକଟି ବସ୍ ପଛରେ ଧକ୍କା ଦେଇଥିଲା।
Comments are closed.