ମେ ୩ରୁ ମାଟ୍ରିକ ଓ ୧୫ରୁ ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୮ ତାରିଖରୁ ଖୋଲିବ ସ୍କୁଲ। ଅଷ୍ଟମରୁ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢ଼ିବେ। ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ପାଠ ପଢ଼ା ଚାଲିବ। ମେ’ ୩ରୁ୧୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ।
ସେହିପରି ମେ’ ୧୫ ତାରିଖରୁ ଯୁକ୍ତ୨ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଆସନ୍ତା ଜାନୁଆରୀ ୮ ତାରିଖରୁ ଓଡଶାରେ ସ୍କୁଲ ଖୋଲିବ। ରବିବାର-ଶନିବାର ସ୍କୁଲରେ ପାଠ ପଢ଼ା ହେବ। ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ସ୍କୁଲରେ ପାଠ ପଢ଼ା ଜାରି ରହିବ। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ସ୍କୁଲରେ ୧୦୦ ଦିନ ଛାତ୍ରଛାତ୍ରୀ ପାଠ ପଢ଼ିବେ।
Comments are closed.