ୟୁଜି ଏବଂ ପିଜି ପିଲାଙ୍କ ପାଇଁ ଖୋଲିବ ହଷ୍ଟେଲ
![](https://www.odishalink.com/wp-content/uploads/2021/01/download-2.jpg)
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟକୁ ବନ୍ଦ ରଖାଯାଇଥିଲା। ଫଳରେ ଅନଲାଇନ ଜରିଆରେ ପାଠପଢା ହେଉଥିଲା। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆସନ୍ତା ୮ ତାରିଖରୁ ସ୍କୁଲ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯିବା ପରେ ଆଜି କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଆସନ୍ତା ୧୧ ତାରିଖରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ। ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହ ୟୁଜ ଏବଂ ପିଜି ପିଲାମାନଙ୍କ ପାଇଁ ହଷ୍ଟେଲ ଖୋଲିବାକୁ ବି ନିଷ୍ପତ୍ତି ନିଆଯାଇଛି। ଜାନୁଆରୀ ୧୦ ତାରିଖରୁ ହଷ୍ଟେଲ ଖୋଲିବା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହାଛଡ଼ା ପିଏଚ୍ଡି, ଏମଫିଲ୍ ଓ ରିସର୍ଚ୍ଚ ସ୍କଲାରଙ୍କ ପାଇଁ ମଧ୍ୟ ହଷ୍ଟେଲ ଖୋଲିବ। କୋଭିଡ୍ ଗାଇଡଲାଇନ ଅନୁସାରେ ହଷ୍ଟେଲ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପକ୍ଷରେ ୟୁଜିର ୫ମ ଓ ପିଜିର ୩ୟ ସେମିଷ୍ଟର ପାଇଁ ତାରିଖ ଘୋଷଣା କରାଯାଇଛି। ଉଭୟଙ୍କ ପାଇଁ ଜାନୁଆରୀ ୧୧ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ କ୍ଲାସ କରାଯିବ। ପରେ ମାର୍ଚ୍ଚ ୧୬ରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଉଭୟଙ୍କ ସେମିଷ୍ଟର ପରୀକ୍ଷା କରାଯିବ। ଉଭୟଙ୍କ ସେମିଷ୍ଟର ରେଜଲ୍ଟ ଏପ୍ରିଲ ୩୦ ସୁଦ୍ଧା ପ୍ରକାଶ ପାଇବ। ଏପ୍ରିଲ ୨ରୁ ଜୁନ ୧୫ ପର୍ଯ୍ୟନ୍ତ ୟୁଜି ଓ ପିଜିର ଶେଷ ସେମିଷ୍ଟର କ୍ଲାସ କ୍ଲାସ କରାଯିବ। ଜୁନ ୧୬ରୁ ଜୁନ ୩୦ ପର୍ଯ୍ୟନ୍ତ ୟୁଜି ଓ ପିଜିର ଶେଷ ସେମିଷ୍ଟର ପରୀକ୍ଷା କରାଯିବ। ୟୁଜି ଓ ପିଜିର ଶେଷ ସେମିଷ୍ଟର ରେଜଲ୍ଟ ଜୁଲାଇ ୧୫ ସୁଦ୍ଧା ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
Comments are closed.