ଭିତରକନିକା ଜାତୀୟ ଉଦ୍ୟାନରେ ପକ୍ଷୀ ଗଣନା ଆରମ୍ଭ
କେନ୍ଦ୍ରାପଡ଼ା: ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ଓ ବିଦାଶାଗତ ପକ୍ଷୀମାନଙ୍କର ଗଣନା ଆରମ୍ଭ ହୋଇଛି। ଏହି ଗଣନା ସକାଳ ୫.୩୦ ରୁ ଆରମ୍ଭ ହୋଇ ଦିନ ୧୨ ପର୍ଯ୍ୟନ୍ତ ଚାଲିବ ।
ଏନେଇ ପାଞ୍ଚଟି ରେଞ୍ଜରେ ୧୬ ଟିମ ନିୟୋଜିତ ହୋଇଛନ୍ତି। ପ୍ରତି ଟି ଟିମ୍ରେ ୫ ଜଣ ଲେଖାଏଁ ସଦସ୍ୟ ରହିବାକୁ ସ୍ଥିର କରାଯାଇଛି । ମୁଖ୍ୟତଃ ଏହି ସମୟରେ ଦେଶୀୟ ପକ୍ଷୀ କାପରଖାଇ, ଅଞ୍ଜନା, ରାଣୀବଗ, ପାଣିକୁଆ ,ଖଇରା ଓ ଗେଣ୍ଡାଳିଆ ଆଦି ୧୦ ପ୍ରଜାତିର ପକ୍ଷୀ ଦେଶର କୋଣ ଅନୁକୋଣରୁ ଆସି ଏଠାରେ ବଂଶ ବିସ୍ତାର ପାଇଁ ଗୁଁଆ,ବନୀ ଓ କେରୁଆ ଗଛରେ ବସା ବାନ୍ଧି ଅଣ୍ଡା ଦେଇଥାନ୍ତି ।
ଠିକ୍ ସେହିପରି ପ୍ରତିଟି ଟିମରେ ବନ ବିଭାଗ କର୍ମଚାରୀ, ପକ୍ଷୀ ବିଶାରଦ ଓ ଏନଜିଓ ମେମ୍ବରମାନେ ରହି ଗଣନା କରିବେ ବୋଲି ବନବିଭାଗ ସ୍ଥିର କରିଛି । ଭିତରକନିକା ର ରାଜନଗର, କନିକା , ଗହିରମଥା, କୁଜଙ୍ଗ ପ୍ରଭୃତି ରେଞରେ ଜଙ୍ଗଲ ଭିତରେ ଥତ୍ବା ଜଳାଶୟ ଓ ସମୁଦ୍ର ଭିତରେ ଥିବା ଟାପୁ ରେ ମଧ୍ୟ ଏହି ଗଣନା କରାଯିବ ବୋଲି ସୁଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧତ୍କାରୀ।
Comments are closed.