ବିଷାକ୍ତ ଶାଗ ଖାଇ ଜଣେ ମୃତ, ୩ ଗୁରୁତର
ନୟାଗଡ଼: ଶାଗ ଖାଇ ଚାଲିଗଲା ଜୀବନ। ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ବରସାହି ଗାଁରେ ଘଟିଛି ଘଟଣା । ବିଷାକ୍ତ ଶାଗ ଖାଇ ୩ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଅଛନ୍ତି। ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ବରସାହି ଗାଁର ରାକେଶ ମୁଦୁଲିଙ୍କ ପରିବାର ରବିବାର ନିଜ ଜମିରୁ ଚଣାଶାଗ ଆଣି ଖାଇଥିଲେ। ଦିନବେଳା ଶାଗ ଖାଇବାର କିଛି ଘଣ୍ଟା ପରେ ରାକେଶଙ୍କ ସ୍ତ୍ରୀ ସୁରେଖା, ତିନି ବର୍ଷର ଝିଅ ଟ୍ଵିଙ୍କିଲ, ମା ବାସନ୍ତୀ ଏବଂ ତାଙ୍କ ଘରକୁ ବୁଲିବାକୁ ଆସିଥିବା ଶାଶୁ ଝୁନୁ ମୁଦୁଲିଙ୍କର ଝାଡାବାନ୍ତି ହୋଇଥିଲା।
ସନ୍ଧ୍ଯାରେ ସମସ୍ତେ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଟ୍ଵିଙ୍କିଲର ଅବସ୍ଥା ଗୁରୁତର ହେବାରୁ ତାକୁ ଡାକ୍ତର ଭୁବନେଶ୍ବରକୁ ସ୍ଥାନାନ୍ତରିତ କରିଥିଲେ। କିନ୍ତୁ ବାଟରେ ଟ୍ଵିଙ୍କିଲର ମୃତ୍ଯୁ ହୋଇଛି। ସାମାନ୍ଯ ସୁସ୍ଥ ଅନୁଭବ କରିବା ପରେ ସୁରେଖା ଏବଂ ଝୁନୁ ମୁଦୁଲି ମେଡିକାଲରୁ ଘରକୁ ଫେରିଥିବାବେଳେ ବାସନ୍ତି ଏବେବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
Comments are closed.