କରୋନା: ଜାପାନରେ ଆଉ ଏକ ନୂଆ ଷ୍ଟ୍ରେନ୍ ଚିହ୍ନଟ

ଟୋକିଓ: ବ୍ରିଟେନରେ ଚିହ୍ନଟ ହେଇଥିବା କରୋନାର ନୂଆ ଷ୍ଟ୍ରେନ୍ ସାରା ଦେଶରେ ଆତଙ୍କ ଖେଳାଇଥିବା ବେଳେ ଏବେ ଜାପାନରେ କରୋନାର ଆଉ ଏକ ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ଏହି ଷ୍ଟ୍ରେନ୍ ବ୍ରିଟେନ୍ ଓ ସାଉଥ୍ ଆଫ୍ରିକାରୁ ଷ୍ଟ୍ରେନ୍ଠାରୁ ଭିନ୍ନ ଅଟେ। ବ୍ରାଜିଲରୁ ଜାପାନ ପହଁଚିଥିବା ଯାତ୍ରୀଙ୍କଠାରେ ଏହି ନୂଆ ଷ୍ଟ୍ରେନ୍ ଠାବ ହୋଇଛି।
ଏହା ଉପରେ ବୈଜ୍ଞାନିକମାନେ ରିସର୍ଚ୍ଚ ଆରମ୍ଭ କରିଦେଇଛନ୍ତି।
ଜାପାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ବ୍ରାଜିଲରୁ ଆସିଥିବା ୪ଜଣଙ୍କ ଠାରେ ଏହା ନୂଆ ଷ୍ଟ୍ରେନ୍ ମିଳିଛି। ଜାପାନ ବ୍ରାଜିଲକୁ ଏହି ନୂଆ ଷ୍ଟ୍ରେନ୍ ବାବଦରେ ଜଣାଇ ଦେଇଛି।ଏହି ନୂଆ ଷ୍ଟ୍ରେନରେ ୧୨ଟି ମ୍ୟୁଟେସନ୍ ରହିଛି। ଏଥିରେ ଗୋଟିଏ ବ୍ରିଟେନ୍ ଓ ଦକ୍ଷିଣ ଆଫ୍ରିକାରୁ ଠାବ ହୋଇଛି। କୁହାଯାଉଛି ଯେ, ଜାପାନର ଷ୍ଟ୍ରେନ୍ ମଧ୍ୟ ଅଧିକ ସଂକ୍ରାମକ ହୋଇପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ମଧ୍ୟ ଏନେଇ ତଥ୍ୟ ପଠାଯାଇଛି।
ଜାନୁଆରୀ ୨ ତାରିଖରେ ଟୋକିଓ ବିମାନବନ୍ଦରରେ ବ୍ରାଜିଲରୁ ଆସିଥିବା ଜଣେ ପୁରୁଷ ଯାତ୍ରୀ ଶ୍ୱାସକ୍ରିୟା ବେଳେ କଷ୍ଟ ଅନୁଭବ କରିଥିଲେ। ଏହାପରେ ଜଣେ ମହିଳା ଯାତ୍ରୀଙ୍କ ମୁଣ୍ଡବ୍ୟଥା ଓ ତଣ୍ଟିରେ ଦରଜ ଦେଖା ଦେଇଥିଲା। ଆଉ ଜଣେ ଯାତ୍ରୀଙ୍କୁ ଜ୍ୱର ହୋଇଥିଲା। ୪ଜଣଙ୍କୁ ବିମାନ ବନ୍ଦରରେ ହିଁ କ୍ୱାରେଣ୍ଟାଇନ୍ କରାଯାଇଥିଲା। କରୋନା ଭାଇରସର ମାମଲା ବୃଦ୍ଧି ପାଇବା ପରେ ଜାପାନ ସରକାର ରାଜଧାନୀ ଟୋକିଓ ସମେତ ୪ଟି ଅଞ୍ଚଳରେ ଜରୁରୀକାଳିନ ସ୍ଥିତି ଲାଗୁ କରିଛନ୍ତି।
Comments are closed.