ପରୀକ୍ଷା ଫିସ୍ ଛାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ବିଜୁ ଛାତ୍ର ଜନତା ଦଳ
ଭୁବନେଶ୍ବର: ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷା ଫିସ୍ ଛାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ। ଚିଠି ଲେଖିବା ସହ ଏହି ଦିଗରେ ଅଧିକ ଗୁରୁତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ବିଜୁ ଛାତ୍ର ଜନତା ଦଳର ସଭାପତି। କରୋନା ମହାମାରୀ ଯୋଗୁଁ ଏଥର ଅନେକ ଗରିବ ଲୋକ ପ୍ରଭାବିତ ହୋଇଛନ୍ତି। ତେଣୁ ପରୀକ୍ଷା ଫିସ୍ ଦେବା ସମସ୍ତଙ୍କ ପାଇଁ ସମ୍ଭବ ହେବ ନାହିଁ।
ଏହାସହ ଅନେକ ପିଲା ଫର୍ମ ପୂରଣରୁ ବଞ୍ଚିତ ମଧ୍ୟ ହୋଇପାରନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ବିଜୁ ଛାତ୍ର ଜନତା ଦଳର ସଭାପତି। ତେଣୁ ପରୀକ୍ଷା ଫିସ ବାବଦକୁ ଧାର୍ଯ୍ୟ କରାଯାଇଥିବା ୪୨୦ ଟଙ୍କା ଛାଡ କରିବାକୁ ଅନୁରୋଧ କରିଛନ୍ତି ସଭାପତି। ଏହାସହ କରୋନା ମହାମାରୀ ବେଳେ ମୁଖ୍ୟମନ୍ତ୍ରୀ ଯେଉଁ ପଦକ୍ଷେପ ନେଇଥିଲେ ତାକୁ ପ୍ରଶଂସା କଲେ ବିଜୁ ଛାତ୍ର ଜନତା ଦଳର ସଭାପତି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ନେଇ ତାରିଖ ଘୋଷଣା କରି ସାରିଛନ୍ତି ସରକାର। ମେ ୩ରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ହେବ ବୋଲି ଘୋଷଣା ହୋଇ ସାରିଛି।
Comments are closed.