ଆଜି ବାହାରିବ ସ୍ବତନ୍ତ୍ର ଓଜେଇଇ ଫଳ

ଭୁବନେଶ୍ବର : ବି.ଟେକ୍, ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ୍, ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ୍, ଏମ୍ ବିଏ, ଏମ୍ ସିଏ, ଲାଟେରାଲ ଏଣ୍ଟ୍ରି ଏମ୍ ସିଏ, ବି.ଫାର୍ମା ଓ ଏମ୍. ଫାର୍ମା ପାଠ୍ୟକ୍ରମରେ ଖାଲିଥିବା ସିଟ୍ ରେ ନାମଲେଖା ପାଇଁ ଅନୁଷ୍ଠିତ ସ୍ବତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ଅପରାହ୍ନରେ ଓଜେଇଇ ୱେବସାଇଟ୍ ରେ ଫଳ ଉପଲବ୍ଧ ହେବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ ସୂଚନା ଦେଇଛନ୍ତି।
ଚଳିତବର୍ଷ ସ୍ବତନ୍ତ୍ର ଓଜେଇଇ ପାଇଁ ୧୭ ହଜାର ୭୭୩ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୪ ହଜାର ୬୧୯ ଜଣ ପରୀକ୍ଷା ଦେଇଛନ୍ତି। ବି.ଟେକ୍ ରେ ସର୍ବାଧିକ ପ୍ରାୟ ୬୫୦୦ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ୍ ପାଇଁ ୪ ହଜାରରୁ ଅଧିକ, ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ୍ ରେ ୧୧୬, ଏମ୍ ବିଏରେ ୩ ହଜାରରୁ ଅଧିକ, ଏମ୍ ସିଏରେ ୬୧୦, ଲାଟେରାଲ ଏଣ୍ଟ୍ରି ଏମ୍ ସିଏରେ ୨୪୦, ବି. ଫାର୍ମାରେ ୧୧୬୨ ଓ ଏମ୍ .ଫାର୍ମାରେ ୪୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।
Comments are closed.