ନୟାଗଡ଼ରେ ୧୫ କିଲୋ ଗଞ୍ଜେଇ ଜବତ

ନୟାଗଡ଼ : ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ନୟାଗଡ଼ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି। ନୟାଗଡ଼ ନିକଟସ୍ଥ ଘଡ଼ୁଆଳ ଛକ ଠାରେ ସନ୍ଦେହଜନକ ଭାବେ ବୁଲୁଥିଲେ କିଛି ଯୁବକ। ପୋଲିସ୍ ସେମାନଙ୍କୁ ପଚରାଉଚରା କରିବା ପରେ ସେମାନେ ଗଞ୍ଜେଇ ଚୋରା ଚାଲାଣକାରୀ ବୋଲି ଜଣା ପଡ଼ିଥିଲା।
ଏହା ପରେ ସେମାନଙ୍କ ନିକଟରୁ ୧୫ କେଜି ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି ପୁଲିସ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମସ୍ତଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।
Comments are closed.