କାଲି ସାରାଦେଶର ହେବ ମେଗା ଟିକାକରଣ, ଦିନ ସାଢ଼େ ୧୦ଟାରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
![](https://www.odishalink.com/wp-content/uploads/2020/10/vaccine.jpg)
ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଶନିବାର ଦେଶରେ ବିଶ୍ୱର ସବୁଠୁ ବଡ଼ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ମାନବ ସଭ୍ୟତା ପ୍ରତି ସଂକଟ ସୃଷ୍ଟି କରିଥିବା କରୋନା ମହାମାରୀ ବିରୋଧରେ ଭାରତର ଏହି ମହାଲଢ଼େଇ ଉପରେ ସାରା ବିଶ୍ୱର ନଜର ଅଟକି ରହିଛି। କାରଣ ଉଭୟ ଭୌଗଳିକ ଓ ଜନସଂଖ୍ୟା ଦୃଷ୍ଟିରୁ ବିଶାଳ ଭାରତରେ ସମୂହ ଟିକାକରଣ ଏକ ବଡ ଆହ୍ୱାନ।
ଏହି ଆହ୍ୱାନକୁ ସାମ୍ନା କରିବା ପାଇଁ କାଲି ସାରା ଦେଶର ତିନି ହଜାର ଛଅଟି କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଉଛି। ଦିନ ସାଢେ ୧୦ଟାରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏପଟେ ଟିକାକରଣ ପାଇଁ ରାଜ୍ୟ ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ମୋଟ୍ ୧୬୧ଟି କେନ୍ଦ୍ରରେ ୧ ଲକ୍ଷ ୯୨ ହଜାର ୫୫୫ ଜଣଙ୍କୁ ଟିକାକରଣ ପାଇଁ ଚିହ୍ନଟ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସ୍ୱାସ୍ଥ୍ୟ କର୍ମୀଙ୍କ ଭାଗିଦାରୀ ହିଁ ନିର୍ଭର କରୁଛି କରୋନା ବିରୋଧୀ ଲଢେଇ କେତେ ସଫଳ ହେବ।
Comments are closed.