ଆଜିଠୁ ଏହି ଦୁଇ ରାଜ୍ୟରେ ଖୋଲିଲା ସ୍କୁଲ
ନୂଆଦିଲ୍ଲୀ: ଆଜିଠୁ ରାଜଧାନୀ ଦିଲ୍ଲୀରେ ଖୋଲିଛି ସ୍କୁଲ। ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି। ସ୍କୁଲ ଖୋଲିବା ପାଇଁ ଏସଓପି ଜାରି କରାଯାଇଛି। ସ୍କୁଲ ଅଭିଭାବକଙ୍କ ସହ ଛାତ୍ରଛାତ୍ରୀଙ୍କୁ ଏହି ଗାଇଡଲାଇନ୍ ମାନିବାକୁ ପଡ଼ିବ। ଅଭିଭାବକଙ୍କ ଲିଖିତ ଅନୁମତି ପରେ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ପ୍ରବେଶ ପାଇଁ ଅନୁମତି ମିଳିବ। ଯେଉଁ ଛାତ୍ରଛାତ୍ରୀମାନେ ଅଭିଭାବକଙ୍କ ବିନା ଅନୁମତି ପତ୍ରରେ ଆସିବେ, ସେମାନଙ୍କୁ ସ୍କୁଲରେ ପ୍ରବେଶ କରିବାକୁ ଦିଆଯିବ ନାହିଁ।
ଅନ୍ୟପଟେ ରାଜସ୍ଥାନରେ ମଧ୍ୟ ଆଜିଠୁ ସ୍କୁଲ ଖୋଲିଛି। ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିଛି ଶିକ୍ଷାନୁଷ୍ଠାନ। ଏନେଇ ରାଜସ୍ଥାନ ସରକାରଙ୍କ ତରଫରୁ ନୋଟିସ ଜାରି କରାଯାଇଛି। ରାଜସ୍ଥାନ ଶିକ୍ଷା ବିଭାଗ ରାଜ୍ୟ ସରକାରଙ୍କୁ ଏକ ନୋଟିସ କରିଥିଲା । ଯେଉଁଥିରେ ଟ୍ରାଏଲ ପାଇଁ ୧୫ ଦିନ ସ୍କୁଲ ଖୋଲିବାକୁ ସରକାରଙ୍କୁ ଅନୁମତି ମାଗିଥିଲା। ପରେ ସରକାରଙ୍କ ତରଫରୁ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି। ଏଥିପାଇଁ ସରକାରଙ୍କ ତରଫରୁ ଏସଓପି ଜାରି କରାଯାଇଛି।
ଏଥିସହ ସ୍କୁଲରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି। ସ୍କୁଲ କ୍ଲାସ ରୁମ ସହ କ୍ୟାମ୍ପସକୁ ସାନିଟାଇଜ୍ କରାଯାଇଛି। ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜକୁ ବନ୍ଦ ରଖାଯାଇଥିବା ବେଳେ, ଅତ୍ୟାବଶ୍ୟକ ପାଠପଢ଼ା ଓ ପ୍ରାକ୍ଟିକାଲ ଜାରି ରହିବ। ଯଦି କୌଣସି ଛାତ୍ର କିମ୍ବା ଶିକ୍ଷକ ଓ କର୍ମଚାରୀ କରୋନା ପଜିଟିଭ୍ ଥାଆନ୍ତି, ସେମାନଙ୍କୁ ସ୍କୁଲରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ସ୍କୁଲରେ ପ୍ରବେଶ ସମୟରେ ସବୁ ଛାତ୍ରଛାତ୍ରୀଙ୍କର ସ୍କ୍ରିନିଂ ଟେଷ୍ଟ କରାଯିବ।
Comments are closed.