ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
ବଲାଙ୍ଗିର: ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକଙ୍କର ଆଜି ପରଲୋକ ହୋଇଛି। ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।୬ ମାସ ହେଲା ଲଳିତ ନାୟକ ଭୁବନେଶ୍ୱରରେ ରହି ଚିକିତ୍ସିତ ହେଉଥିଲେ। ପ୍ରଥମେ କ୍ୟାନସରରେ ଓ ପରେ କରୋନାରେ ସେ ଆକ୍ରାନ୍ତ ହୋଇଥିଲେ। ଏକ ଘରୋଇ ହସପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା। ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା।
ଲଳିତ ନାୟକ ପଶ୍ଚିମ ଓଡ଼ିଶା ଶ୍ରମିକ ସଂଘ, ବିଦ୍ୟୁତ୍ କର୍ମଚାରୀ ସଂଘ ଏବଂ ରିକ୍ସା ଓ ଅଟୋ ଚାଳକ ସଂଘ ଭଳି ପ୍ରାୟ ୫୦ ଟି ସଂଗଠନର ସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ। ତାଙ୍କ ମାର୍ଗଦର୍ଶନରେ ଅନେକ ସମାଜସେବୀ ସଂଗଠନ ମଧ୍ୟ ଗଠନ କରାଯାଇଛି। ଗରିବ ଓ ନିସଃହାୟଙ୍କ ପାଇଁ ସେ ସଦାସର୍ବଦା ଲଢ଼େଇ କରିଥିଲେ।ସାରା ଜୀବନ ନିଜକୁ ସମାଜସେବାରେ ନିୟୋଜିତ କରିଥିବା ଲଳିତ ନାୟକ ବିବାହ କରି ନଥିଲେ। ତାଙ୍କ ବିୟୋଗରେ ସାରା ଜିଲ୍ଳାରେ ଶୋକରଛାୟା ଖେଲିଯାଇଛି।
Comments are closed.