ପୁଅର ଆକ୍ରମଣରେ ବାପା ମୃତ

ସୋନପୁର : ପୁଅର ଆକ୍ରମଣରେ ବାପା ମୃତ।ଏହି ଅଭାବନୀୟ ଘଟଣାଟି ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଉଲୁଣ୍ଡ ବ୍ଲକ ମହଦା ପରଞ୍ଚାୟ ପାଲା ଗାଁରେ ଘଟିଛି।ମୃତକଙ୍କ ନାମ ସୁରଲି ତସା। ଘଟଣାସ୍ଥଳରୁ ପୁଅ ଫେରାର ହୋଇଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ସୂଚନା ଅନୁସାରେ , ପାଲା ଗାଁର ସୁରଲି ତସା ଓ ତାଙ୍କ ପୁଅ ରାଜା ଇଟା ପକାଇବାକୁ ଯାଇଥିଲେ । ସେଠାରେ କୌଣସି କାରଣରୁ ବାପ-ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ପୁଅ ରାଜା ତସା ରାଗି ଯାଇ ବାପା ସୁରଲିଙ୍କୁ ଆକ୍ରମଣ କରିଥିଲା ।
ପୁଅର ଆକ୍ରମଣରେ ବାପାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ତେବେ ଏହାପରେ ପୁଅ ବାପାର ଶବ କେଉଁଠାରେ ପୋତି ଫେରାର ହୋଇଯାଇଛି । ଘଟଣାସଂପର୍କରେ ଖବର ପାଇ ବୀରମହାରାଜପୁର ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
Comments are closed.