ବିସିସିଆଇ ପକ୍ଷରୁ ଟିମ୍ ଇଣ୍ଡିଆକୁ ୫ କୋଟିର ବୋନସ୍ ଘୋଷଣା
ନୂଆଦିଲ୍ଲୀ: ବିଦେଶ ମାଟିରେ ଇତିହାସ ରଚିଛି ଭାରତ। ବ୍ରିସବେନ୍ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ୱିକେଟରେ ହରାଇ ଐତିହାସିକ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ୨-୧ରେ ସିରିଜ୍ ଜିତିଛି ଭାରତ। ବର୍ଡର ଭାଗାସ୍କର ଟ୍ରଫି ହାତେଇଛି ଟିମ୍ ଇଣ୍ଡିଆ।
ବିଜୟ ପରେ ଟିମ୍ ଇଣ୍ଡିଆକୁ ୫ କୋଟିର ବୋନସ୍ ଘୋଷଣା ହୋଇଛି। ୫ କୋଟି ଟଙ୍କାର ବୋନସ୍ ଦେବାକୁ ଘୋଷଣା କରିଛି ବିସିସିଆଇ। ଏହା ଭାରତୀୟ କ୍ରିକେଟ ପାଇଁ ଏକ ସ୍ୱତନ୍ତ୍ର ମୁହୂର୍ତ୍ତ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।
ବିଜୟ ପାଇଁ ଟିମ୍ ଇଣ୍ଡ୍ରିାକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତର ବିଜୟକୁ ନେଇ ମୁଁ ବହୁତ ଖୁସି ଅଛି ବୋଲି ମୋଦୀ କହିଛନ୍ତି। ଗାବାରେ ୩୨ ବର୍ଷ ପରେ ହାରିଛି ଅଷ୍ଟ୍ରେଲିଆ। ୧୯୮୮ରେ ଇଣ୍ଡିଜଠାରୁ ହାରିଥିଲା ଅଷ୍ଟ୍ରେଲିଆ। ବିଜୟ ସହ ଦ୍ୱିତୀୟ ସ୍ଥାନକୁ ଉଠିଛି ଭାରତ। ଶୁଭମନ ଗିଲ ୯୧ ଓ ରିଷଭ ପନ୍ତଙ୍କ ଅପରାଜିତ ୮୯ ରନ୍ କରିଛନ୍ତି।
Comments are closed.