କୋହଳ ହେବ ସ୍କୁଲ ଫି

ଭୁବନେଶ୍ୱର : କୋହଳ ହେବ ସ୍କୁଲ ଫି। ଅନୁଦାନପ୍ରାପ୍ତ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସ୍କୁଲ ଫି କୋହଳ କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। ୭ଟି ସ୍ଲାବରେ ସ୍କୁଲ ଫି କୋହଳ କରାଯିବ । ଏଥି ସହ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଚ୍ଛା ସ୍କୁଲ ପକ୍ଷରୁ ଆଦାୟ କରାନଯାଇ ପ୍ରକୃତ ସ୍ଥିତିକୁ ଦେଖି ପଦକ୍ଷେପ ନେବାକୁ କୁହାଯାଇଛି । ଏହି ବିଜ୍ଞପ୍ତିକୁ ସମସ୍ତ ଘରୋଇ ସ୍କୁଲ ମାନିବାକୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ।
ଅଭିଭାବକ ସଂଘ ସମେତ ୧୪ଟି ପକ୍ଷ ମଧ୍ୟରେ ହୋଇଥିବା ଚୁକ୍ତିନାମା ବା ଏମଓୟୁକୁ କାର୍ଯ୍ୟକାରୀ କରାଯିବ । ବାର୍ଷିକ ୬ ହଜାର ଟଙ୍କା ପର୍ଯ୍ୟନ୍ତ ଟିଉସନ ଫି ଦେଉଥିଲେ କୌଣସି ରିହାତି ମିଳିବ ନାହିଁ । ଟିଉସନ୍ ଫି ୬ ହଜାରରୁ ଅଧିକ କିନ୍ତୁ ୧୨ ହଜାରରୁ କମ୍ ହେଉଥିଲେ ୭.୫ ପ୍ରତିଶତ ଫି ଛାଡହେବ ।
ସେହିଭଳି ବାର୍ଷିକ ୧୨ ହଜାରରୁ ଅଧିକ ଏବଂ ୨୪ ହଜାରରୁ କମ୍ ଫି ଉପରେ ୧୨ ପ୍ରତିଶତ, ୨୪ ହଜାରରୁ ଅଧିକ ଓ ୪୮ ହଜାରରୁ କମ୍ ୧୫ ପ୍ରତିଶତ, ୪୮ ହଜାରରୁ ଅଧିକ ଓ ୭୨ ହଜାରରୁ କମ୍ ଟିଉସନ ଫି ଉପରେ ୨୦ ପ୍ରତିଶତ ଛାଡ ହେବ।
୭୨ ହଜାରରୁ ଅଧିକ ଓ ଲକ୍ଷେ ଟଙ୍କାରୁ କମ୍ ଫି ଉପରେ ଛାଡ ହେବ ୧୫ ପ୍ରତିଶତ ଏବଂ ବାର୍ଷିକ ୧ ଲକ୍ଷରୁ ଅଧିକ ଟିଉସନ ଫି ଦେଉଥିଲେ ୨୬ ପ୍ରତିଶତ ଛାଡ ହେବ। ନିଷ୍ପତ୍ତି ବିରୋଧରେ ଯଦି କାହାର ଆପତ୍ତି ଥାଏ ତାହେଲେ ସଂପୃକ୍ତ ସ୍କୁଲ କର୍ତ୍ତୃପକ୍ଷ ଉପଯୁକ୍ତ ଫୋରମରେ ଆବେଦନ କରିବାକୁ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
Comments are closed.