ସୁଶାନ୍ତଙ୍କ ଜନ୍ମଦିନରେ ହାତଯୋଡ଼ି ଏପରି କହିଲେ ରିଆ…
![](https://www.odishalink.com/wp-content/uploads/2021/01/reha.jpg)
ମୁମ୍ବାଇ: ଆଜି ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଜନ୍ମଦିନ। ସୁଶାନ୍ତଙ୍କ ଜନ୍ମଦିନ ଅବସରରେ ସର୍ବ ସମ୍ମୁଖରେ ହାତ ଯୋଡିଲେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ରାସ୍ତାରେ ହାତ ଯୋଡି ଅନୁରୋଧ କଲେ ରିଆ।
ସୁଶାନ୍ତଙ୍କ ମୃତ୍ୟୁ ନେଇ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଆଜି ସୁଶାନ୍ତଙ୍କ ଜନ୍ମ ଦିବସ ପାଳିବା ପାଇଁ ବାନ୍ଦ୍ରା ସ୍ଥିତ ଏକ ଦୋକାନକୁ ଫୁଲ କିଣିବା ପାଇଁ ଯାଇଥିଲେ। ସେତେବେଳେ ଫଟୋଗ୍ରାଫରମାନେ ତାଙ୍କ ଫଟୋ ଉଠାଇବା ପାଇଁ ପିଛା କରିଥିଲେ। ଏହି ସମୟରେ ରିଆ ଫଟୋଗ୍ରାଫରଙ୍କୁ ହାତଯୋଡି ତାଙ୍କ ପିଛା ନ କରିବା ପାଇଁ ଅନୁରୋଧ କରିଥିଲେ। ସେ କହିଥିଲେ, ମୋତେ ଫଲୋ କରନ୍ତୁନି। ମୁଁ ଘରକୁ ଯାଉଛି। ଦୟା କରି ମୋ ପିଛା କରିବା ବନ୍ଦ କରନ୍ତୁ।
ସୂଚନାଯୋଗ୍ୟ, ଜୁନ ୨୦୨୦ରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ରିଆଙ୍କ ନାଁରେ ମାମଲା ରୁଜୁ କରିଥିଲେ। ମୃତ୍ୟୁ ପଛରେ ରିଆଙ୍କ ହାତ ଥିବା ନେଇ ସୁଶାନ୍ତଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ।ପରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଥିଲା। ଏହି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରେ ରିଆଙ୍କୁ ଗିରଫ କରିଥିଲା। ପରେ ସେ ଜାମିନରେ ବାହାରକୁ ଆସିଛନ୍ତି।
ନିକଟରେ ରିଆ ତାଙ୍କ ଭାଇ ସୌଭିକ ସହିତ ଘର ଖୋଜୁଥିବା ଦେଖିବାକୁ ମିଳିଥିଲା। ସୁଶାନ୍ତଙ୍କ ପରେ ରିଆ ଏବେ ରୋଡିଜ ଫେମ୍ ରାଜୀବ ଲକ୍ଷ୍ମଣଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହେଉଛି। ନିକଟରେ ରିଆ ଏବଂ ରାଜୀବଙ୍କୁ ଏକାସହ ଏକ ପାର୍ଟିରେ ସାମିଲ୍ ହୋଇଥିବା ଦେଖିବାକୁ ମିଳିଥିଲା। ରାଜୀବ ରିଆଙ୍କୁ ଆଲିଙ୍ଗନ କରି ହସୁଥିବା ପୋଜରେ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ଫଟୋ ଶେୟାର କରିବାବେଳେ ରାଜୀବ ଲେଖିଥିଲେ, ‘my girl’। ଏହି ଫଟୋ ସୋଶାଲ ମିଡିଆରେ ଭାରଇଲ ହୋଇଥିଲା।
Comments are closed.