ବାଲେଶ୍ବର ଏସପି ନୀତି ଶେଖରଙ୍କୁ ୧ ଲକ୍ଷ ଟଙ୍କା ଜରିମନା
ସୋର : ବାଲେଶ୍ବର ଏସପି ନୀତି ଶେଖରଙ୍କୁ ୧ ଲକ୍ଷ ଟଙ୍କା ଜରିମନା। ୨୦୧୬ ମସିହାରେ ସିମୁଳିଆ, ଖଇରା, ସୋର ଥାନାରେ ଏକ କାଳୀନ ୩ ଟି ମାମଲା ଘଟଣାରେ ଭୋଗରାଇ ଅଂଚଳର ସୁବ୍ରତ ବେହେରାଙ୍କୁ ଗିରଫ କରାଯାଇଥିଲା ।
ସେହି ଘଟଣାରେ ଆରଟିଆଇ କର୍ମୀ ବନଜା ମଞ୍ଜରୀ ମିଶ୍ର ବାଲେଶ୍ବର ଏସପି ନୀତି ଶେଖରଙ୍କୁ ଆରଟିଆଇ ଆକ୍ଟରେ ତଥ୍ୟ ମାଗିଥିଲେ । କିନ୍ତୁ ଏସପି କୌଣସି ତଥ୍ୟ ଦେବାଇ ନଥିଲେ। ଫଳରେ ବନଜା ୨୦୧୭ ମସିହାରେ ଭୁବନେଶ୍ବର ରାଜ୍ୟ ସୂଚନା କମିଶନରଙ୍କ ଦ୍ବାରସ୍ଥ ହୋଇଥିଲେ।
ଏସପି ୧୧ ତାରିଖରେ ମଧ୍ୟ କୌଣସି ସୂଚନା ପ୍ରଦାନ କରି ନ ଥିଲେ । ସେହି ମାମଲାରେ ସୂଚନା କମିଶନର ସୁଶୀଲ କୁମାର ମିଶ୍ର ରାୟର ଶୁଣାଣି କରି ତତ୍କାଳୀନ ବାଲେଶ୍ବର ଏସପି ନୀତି ଶେଖରଙ୍କୁ ଲକ୍ଷେ ଟଙ୍କା ଜରିମନା ଦେବା ସହିତ ୭ଦିନ ମଧ୍ୟରେ ବନଜାଙ୍କୁ ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
Comments are closed.