Odisha Link
Bridging the Missing Links in Odisha

ଭୁବନେଶ୍ବରରେ ପହଞ୍ଚିଲା କୋଭାକ୍ସିନ୍ ଟିକା

ଭୁବନେଶ୍ବର : ରାଜଧାନୀରେ ପହଞ୍ଚିଲା କୋଭାକ୍ସିନ୍ ଟିକା। ପ୍ରାୟ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା ଭୁବନେଶ୍ବରରେ ପହଞ୍ଚିଛି। ଏହି ଟିକା କେବଳ ରାଜଧାନୀ ବସୀଙ୍କୁ ଦିଆଯିବ।ଜଣଙ୍କୁ ଗୋଟିଏ କମ୍ପାନୀର ଟିକା ଦିଆଯିବ ।

ଟିକା ନେବାର ୨୮ ଦିନ ପରେ ମଧ୍ୟ ସେହି ଟିକା ଦିଆଯିବ। ନଚେତ୍ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପଡିବ । ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି । ସେ କହିଛନ୍ତି, ରାଜ୍ୟରେ ଟିକାକରଣ ସଫଳ ଭାବେ ଚାଲିଛି । ସର୍ବ ଭାରତୀୟସ୍ତରରେ ରାଜ୍ୟ ଭଲ ପ୍ରଦର୍ଶନ କରୁଛି ।

ଟିକାକରଣରେ ଓଡିଶା ତୃତୀୟ ସ୍ଥାନରେ ରହିଛି । ଆଗକୁ ଆହୁରି ଭଲରେ ଟିକାରକରଣ କରାଯିବ । ସମସ୍ତଙ୍କୁ ଟିକାକରଣ କରିବାକୁ ଚେଷ୍ଟା କରାଯିବ । ଧାର୍ଯ୍ୟ ଲକ୍ଷ୍ୟଠାରୁ ଶୁକ୍ରବାର ଅଧିକ ଟିକାକରଣ ହୋଇଛି ।

Comments are closed.