ବିବାହ କାର୍ଯ୍ୟକ୍ରମରେ ନାଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ପଶ୍ଚିମବଙ୍ଗ: ବିବାହ କାର୍ଯ୍ୟକ୍ରମରେ ସଙ୍ଗୀତର ତାଳେ ତାଳେ ନାଚିଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।। ଅଲ୍ଲିପୁରଦ୍ୱାର ଜିଲ୍ଲାର ଫକଲଟା ଠାରେ ଆୟୋଜିତ ଗଣ ବିବାହ ଉତ୍ସବରେ ମମତା ବାନାର୍ଜୀ ନାଚୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ବିବାହ କାର୍ଯ୍ୟକ୍ରମରେ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ଏହି ସମୟରେ ଆଦିବାସୀ ମହିଳାଙ୍କ ସହ ମମତା ବାନାର୍ଜୀ ମଧ୍ୟ ନାଚିବା ଆରମ୍ଭ କରିଥିଲେ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧଳା ଶାଢୀ ଓ ସବୁଜ ରଙ୍ଗର ଶାଲ ଘୋଡାଇ ହୋଇ ଆଦିବାସୀ ମହିଳାଙ୍କ ସହ ନାଚୁଥିବାର ଦେଖିବାକୁ ମିଳିଛି। ପ୍ରଥମେ ଗୋଟିଏ ଦଳ ମହିଳାଙ୍କ ସହ ନାଚିବା ପରେ ଆଉ ଏକ ଦଳ ମହିଳାଙ୍କ ସହ ମିଶି ନାଚିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ମହିଳା ମାନେ ମମତାଙ୍କ ହାତ ଧରି ତାଙ୍କ ସହ ନାଚିବାକୁ ଲାଗିଥିଲେ, ଏହି ସମୟରେ ମମତା ମଧ୍ୟ ତାଙ୍କ ସହ ତାଳରେ ତାଳ ମିଶାଇ ନାଚିଥିଲେ।
Comments are closed.