କମିଲା ସୁନା ଦର, କେତେ ଜାଣନ୍ତୁ…
![](https://www.odishalink.com/wp-content/uploads/2019/06/gold-1369453_640.jpg)
ନୂଆଦିଲ୍ଲୀ: କମିଲା ସୁନା ଦର।ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଆଜି ସକାଳେ ସୁନା ଦର ପୁଣି ହ୍ରାସ ହୋଇଥିବା ଦେଖିବାକୁ ମିଳିଛି। ଏହା ବ୍ୟତୀତ ଆଜି ରୂପା ଦାମ୍ ମଧ୍ୟ ଶସ୍ତା ହୋଇଛି। ଅଗଷ୍ଟ ୨୦୨୦ ରେ ୧୦ ଗ୍ରାମ ପ୍ରତି ଦାମ୍ ୫୬,୨୦୦ ଟଙ୍କା ରେକର୍ଡରୁ ସୁନା ୯୦୦୦ ଟଙ୍କା ଶସ୍ତା ହୋଇଛି।
ରାଜଧାନୀ ଦିଲ୍ଲୀରେ ସୁନା ୨୨ କ୍ୟାରେଟ୍ ସୁନା ଦାମ୍ ପ୍ରତି ୧୦ ଗ୍ରାମକୁ ୪୬୨୨୦ ଟଙ୍କା। ୨୪ କ୍ୟାରେଟ୍ ସୁନା ଦାମ୍ ପ୍ରତି ୧୦ ଗ୍ରାମ ପିଛା ୫୦୪୨୦ ଟଙ୍କା ଏବଂ ରୂପା ଦାମ୍ ୧ କେଜି କୁ ୬୮୭୦୦ ଟଙ୍କା ରହିଛି।
୨୦୨୧-୨୨ ଆର୍ଥୀକ ବଜେଟ୍ ଭାଷଣରେ ସୁନା ଓ ରୂପା ଉପରେ ଆମଦାନୀ କର ଉପରେ ଏକ ବଡ଼ ରିହାତି ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ସୁନା ଓ ରୂପା ଉପରେ ଆମଦାନୀ ଶୁଳ୍କରେ ୫ ପ୍ରତିଶତ ହ୍ରାସ ଘଟିଛି।
ବର୍ତ୍ତମାନ ସୁନା ଓ ରୂପା ଉପରେ ୧୨.୫ ପ୍ରତିଶତ ଆମଦାନୀ ଶୁଳ୍କ ଦେବାକୁ ପଡିବ। ୫ ପ୍ରତିଶତ ରିହାତି ପରେ କେବଳ ୭. ୫ ପ୍ରତିଶତ ଆମଦାନୀ ଶୁଳ୍କ ଦେବାକୁ ପଡିବ । ଏହାଦ୍ୱାରା ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିବ।
Comments are closed.