କମିଲା ବିପିୟୁଟି କୁଳପତିଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର: ବିପିୟୁଟି କୁଳପତିଙ୍କ କାର୍ଯ୍ୟକାଳ ୫ ବର୍ଷ ପରିବର୍ତ୍ତେ ହେବ ୪ ବର୍ଷ । ଏନେଇ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱ ବିଦ୍ୟାଳୟ ଆଇନ-୨୦୦୨ର ସଂଶୋଧନ କରାଯାଇଛି। ରାଜ୍ୟର ଅନ୍ୟାନ୍ୟ ସରକାରୀ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା ସହ ସମାନତା ଆଣିବା ନିମନ୍ତେ ଏହି ସଂଶୋଧନ କରାଯାଇଛି।
ସେହିପରି ଛାତ୍ରଛାତ୍ରୀ ବିଶୃଙ୍ଖଳା ନିୟନ୍ତ୍ରଣ ନିମନ୍ତେ କୁଳପତିଙ୍କ ଦ୍ୱାରା ଜଣେ ପ୍ରଫେସରଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ସଦସ୍ୟ ବିଶିଷ୍ଟ ଅନୁଶାସନ କମିଟି ଗଠନ ନିମନ୍ତେ ପ୍ରସ୍ତାବ ରହିଛି । ବିପିୟୁଟିର କୁଳସଚିବ ପଦବୀ ଓଡ଼ିଶା ପ୍ରଶାସନିକ ସେବାର ଯୁଗ୍ମ ଶାସନ ସଚିବ ପାହ୍ୟାର ଅଧିକାରୀଙ୍କ ଦ୍ୱାରା ପୂରଣ କରାଯିବ।
ଏପଟେ ବିଶ୍ୱବିଦ୍ୟାଳୟର ବିତ୍ତ ଅଧିକାରୀ ପଦବୀ ଓଡ଼ିଶା ଅର୍ଥ ସେବାର ଯୁଗ୍ମ ଶାସନ ସଚିବ ପାହ୍ୟାର ଅଧିକାରୀଙ୍କ ଦ୍ୱାରା ପୂରଣ କରିବା ନିମନ୍ତେ ରହିଥିବା ପ୍ରସ୍ତାବ ଉପରେ ମୋହର ବାଜିଛି । ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ନିମନ୍ତେ କୁଳାଧିପତି କିମ୍ବା କୁଳପତି ଦ୍ୱାରା ଚୟନ କମିଟି ଗଠନ ସରକାରଙ୍କ ପୂର୍ବଅନୁମୋଦନ ସହ କରାଯିବାର ପ୍ରସ୍ତାବ ରହିଛି।
Comments are closed.