ବସ୍ତି ପିଲାଙ୍କ ଶିକ୍ଷା ପାଇଁ “ମୋ ଚାଟଶାଳୀ”
ଭୁବନେଶ୍ୱର: ସାମାଜିକ ସଂଗଠନ ଭୁବନେଶ୍ୱର ବିକାଶ ସଂଗଠନ ପକ୍ଷରୁ ମଞ୍ଚେଶ୍ୱର ଅଞ୍ଚଳର ଲାଇନ୍ବ ସ୍ତିରେ ମୋ ଚାଟଶାଳୀ; କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ବିଶେଷ କରି ତାଲାବନ୍ଦ ସମୟରେ ବିଦ୍ୟାଳୟ ସ୍ବନ୍ଦ ହେତୁ ଶିକ୍ଷାରୁ ବଞ୍ଚିତ ହେଉଥିବା ଭୁବନେଶ୍ୱର ବସ୍ତି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାର ବ୍ଯବଧାନକୁ ଦୂର କରିବାକୁ ଏହି ପ୍ରୟାସ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀମାନେ ବସ୍ତିର ପ୍ରାଥମିକ ଶ୍ରେଣୀର ପିଲାମାନଙ୍କୁ ୧୦୦ ଦିନ ପାଇଁ ଓଡିଆ ଏବଂ ଗଣିତ ଉପରେ ପ୍ରତିକାରମୂଳକ ଶିକ୍ଷା ଦାନ କରିବେ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ୫୦ରୁ ଅଧିକ ସ୍କୁଲ ଯାଉଥିବା ପିଲା, ସେମାନଙ୍କ ପିତାମାତା, ବସ୍ତି ବାସିନ୍ଦା ଏବଂ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଅତିଥିଭାବେ ମାତୃଶକ୍ତି ଫାଉଣ୍ଡେସନର ସମ୍ପାଦିକା ପ୍ରଭାସିନୀ ମହାନ୍ତି, ସଦସ୍ୟା ମନୋଜା ମିଶ୍ର, ଆତ୍ମଶକ୍ତି ଟ୍ରଷ୍ଟ ର କାର୍ଯ୍ୟନିର୍ବାହୀ ଟ୍ରଷ୍ଟି ରୁଚି କାଶ୍ୟପ ଏବଂ ଓଡିଶା ଶ୍ରମଜୀବୀ ମଞ୍ଚ ର ଆବାହକ ଅଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସଂଗଠନର ପ୍ରତିନିଧି ମାନଙ୍କ କହିବା ଅନୁସାରେ ଏହି ‘ମୋ ଚାଟଶାଳୀ’ କାର୍ଯ୍ୟକ୍ରମ ଅନ୍ୟ ବସ୍ତି ଅଞ୍ଚଳରେ ମଧ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ।
Comments are closed.