କୋଟିଆରେ ଆନ୍ଧ୍ରର ନିର୍ବାଚନ, ଦସ୍ତାବିଜ ପ୍ରସ୍ତୁତ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
![](https://www.odishalink.com/wp-content/uploads/2021/02/Kotia-750x430.jpeg)
କୋରାପୁଟ: କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗରେ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗ ତରଫରୁ ନିର୍ଦ୍ଦେଶ। ସୁପ୍ରିମକୋର୍ଟରେ ଏହି ମାମଲାର ବିଚାରାଧୀନ ଶୁଣାଣି ପୂର୍ବରୁ ସମସ୍ତ ଦସ୍ତାବିଜ ପ୍ରସ୍ତୁତ ରଖିବାକୁ ରାଜସ୍ୱ ବିଭାଗ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି। ଆସନ୍ତା ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଆସନ୍ତା ଶୁକ୍ରବାର ଦିନ ହେବ।
ଓଡ଼ିଶାରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଛନ୍ତି ଓଡ଼ିଶା ସରକାର। ଏହି ମାମଲା ଶୁଣାଣି ପୂର୍ବରୁ କାଲି ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ତଥ୍ୟ ସହ ମାମଲା ଲଢ଼ୁଥିବା ଓକିଲଙ୍କ ଉପସ୍ଥିତିରେ ଏହି ଆଲୋଚନା କରିବାକୁ ଏଥିରେ କୁହାଯାଇଛି। ଆସନ୍ତା ୧୯ ତାରିଖ ଦିନ ଏହି ମାମଲାର ଶୁଣାଣୀ ହେବ।
ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲାର କୋଟିଆର ୩ଟି ପଞ୍ଚାୟତରେ ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରସଙ୍ଗରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ସହ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ପ୍ରଦୀପ ମାଝୀ, ଜୟରାମ ପାଙ୍ଗୀଙ୍କ ପରି ଅନେକ ନେତା ଓ ଜନତା ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗକୁ ବିରୋଧ କରିବା ସହ ରାସ୍ତାରୋକ କରିଥିଲେ।
Comments are closed.