ବ୍ରିଜ୍ ତଳକୁ ଖସିଲା ଅଟୋ : ୨ମୃତ

ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ଥାନା ସରନାପାଲି ଛକ ନିକଟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଗୁରୁତର ହୋଇଛନ୍ତି।ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ପ୍ରକାଶ ଯେ, ବରଯାତ୍ରୀ ଗାଡି ବିଜେପୁର ଯାଇ ଫେରୁଥିଲେ। ବରଯାତ୍ରୀ ନେଇ ଫେରୁଥିବା ବେଳେ ଅଟୋଟି ବିଜେପୁରର ସରନାପାଲି ବ୍ରିଜ୍ ତଳକୁ ଖସି ପଡ଼ିଥିଲା । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ବରଗଡ଼ ଓ ବୁର୍ଲା ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛି ।
Comments are closed.