ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ, ରାସ୍ତା ଅବରୋଧ
ଝାରସୁଗୁଡା : ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗରେ ମଙ୍ଗଳବାଜର ରାସ୍ତା ଅବରୋଧ କରାଯାଇଛି। ଫଳରେ ସାଧାରଣ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି।
ସୂଚନା ଅନୁସାରେ, ରେଲୱେ କଲୋନୀ କୁଲିପଡ଼ା ବାସିନ୍ଦା ଶନି ଷଣ୍ଢଙ୍କ ୯ ମାସର ଶିଶୁପୁତ୍ର ଗତ ୨୦ ତାରିଖରେ ଘରେ ଖେଳୁଥିବା ବେଳେ ଗରମ ଡାଲିରେ ପଡି ଯାଇ ଆହତ ହୋଇଥିଲା। ପରିବାର ଲୋକ ତୁରନ୍ତ ତାକୁ ମଙ୍ଗଳବାଜର ସ୍ତିତ ସରକାରୀ ଡାକ୍ତରଖାନାକୁ ନେଇ ଥିଲେ। ହେଲେ ଡାକ୍ତର ନଥିବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଶିଶୁପୁତ୍ରଟିର ମୃତ୍ୟୁ ଘଟିଥିଲା। ଚିକିତ୍ସାରେ ଅବହେଳା ଯୋଗୁଁ ଶିଶୁପୁତ୍ରର ମୃତ୍ୟୁ ହୋଇଛି ଏବଂ ମୃତ୍ୟୁ ପରେ ବୁର୍ଲା ମେଡିକାଲକୁ ରେଫର କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପଇବା ସହ ରାସ୍ତା ଅବରୋଧ କରିଛନ୍ତି।
Comments are closed.