ଓଲଟିଲା ଯାତ୍ରୀବାହୀ ବସ୍, ୧୫ ଆହତ
କେନ୍ଦୁଝର: ଓଲଟିଲା ଯାତ୍ରୀବାହୀ ବସ୍। ଏନଏଚ-୨୦ କାଳିପ୍ରସାଦ ନିକଟରେ ଏକ ଘରୋଇ ବସ୍ ଓଲଟି ଦୁର୍ଘଟଣା ଗସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିବା ଜଣାପଡିଛି।
ଯୋଡାରୁ ଯାତ୍ରୀଙ୍କୁ ନେଇ ଚମ୍ପୁଆ ଅଭିମୁଖେ ଆସୁଥିଲା ସମୟରେ ଏନଏଚ-୨୦ କାଳିପ୍ରସାଦ ନିକଟରେ ବସ୍ ଓଲଟି ପଡିଥିଲା। ବସ୍ଟିର ନାମ ସତ୍ୟଭାମା ବେଲି ଜରାପଡିଛି। ବସ୍ରେ ୪୦ ରୁ ଊଦ୍ଧ୍ୱ ଯାତ୍ରୀ ଥିଲେ। ସମସ୍ତ ଆହତମାନଙ୍କୁ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଛି।
Comments are closed.