ଟୁଲ୍କିଟ୍ ମାମଲା: ଦିଶା ରବିଙ୍କୁ ମିଳିଲା ଜାମିନ୍
ନୂଆଦିଲ୍ଲୀ: ଟୁଲ୍କିଟ୍ ମାମଲାରେ ଦିଲ୍ଲୀର ପଟିଆଲା ହାଉସ୍ ହାଇକୋର୍ଟଙ୍କ ସ୍ୱତନ୍ତ୍ର ଅଦାଲତ ୨୧ ବର୍ଷୀୟ ପର୍ଯ୍ୟାବରଣ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କ ଜାମିନ୍କୁ ମଞ୍ଜୁର କରିଛନ୍ତି। ଅଦାଲତ ଶନିବାର ଦୁଇ ପକ୍ଷର ଯୁକ୍ତିକୁ ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିଥିଲେ। ଆଜି ଅତିରିକ୍ତ ଦୈରା ଜର୍ଜ ଧର୍ମେନ୍ଦର ରାଣା ଦିଶାଙ୍କୁ ଏକ ଲକ୍ଷ ଟଙ୍କା ବଦଳରେ ଜାମିନ୍ ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ଦିଶାଙ୍କ ନ୍ୟାୟିକ ପକ୍ରିୟା ଶେଷ ହେବା ପରେ ପଟିଆଲା ହାଉସ୍ କୋର୍ଟ ତାଙ୍କୁ ରିମାଣ୍ଡରେ ପଠାଇଥିଲେ।
ଅନ୍ୟପଟେ ଦିଶା ରବିଙ୍କ ଓକିଲ୍ କୋର୍ଟଙ୍କୁ କହିଛନ୍ତି କି, ତାଙ୍କ ପରିବାର ୧ ଲକ୍ଷ ଟଙ୍କା ଦେବାକୁ ଅସମର୍ଥ। ତାଙ୍କ ପାଇଁ ଏହା ଏକ ବଡ଼ ମୂଲ୍ୟ ଅଟେ। ଦିଶା ରବିଙ୍କୁ ଯେତେବେଳେ କୋର୍ଟ ରୁମ୍କୁ ନିଆଯାଇଥିଲା ସେ ତାଙ୍କ ସଂପର୍କୀୟଙ୍କୁ ଦେଖି ଭାବବିହ୍ବଳ ହୋଇ କୁଣ୍ଢାଇ ଧରିଥିଲେ।
ଶନିବାର ଦିଲ୍ଲୀ ପୋଲିସ୍ ପକ୍ଷରୁ କୁହାଯାଇଥିଲା ଯେ, ଏହି ମାମଲାରେ କିଛି ମହତ୍ୱପୂର୍ଣ୍ଣ ଦସ୍ତାବିଜ୍ ରହିଛି। ଯାହାକି ଆମେ ସିଲ୍ ବନ୍ଦ ଲଫାପାରେ ଦେବାକୁ ଚାହୁଁଛୁ। ଏଥିରେ କୋର୍ଟ ପୋଲିସ୍କୁ ଦସ୍ତାବିଜ୍ ଖୋଲିକରି ଦାଖଲ କରିବାକୁ କହିଥିଲେ। ଦିଲ୍ଲୀ ପୋଲିସ୍ କେଉଁ ଧାରାରେ ଦିଶାଙ୍କୁ ଗିରଫ କରିଛି ସେନେଇ ତଥ୍ୟ ଦାଖଲ କରିବାକୁ ଜର୍ଜ କହିଥିଲେ।
ସୂଚନାଯୋଗ୍ୟ, ଗ୍ରେଟା ଥନବର୍ଗଙ୍କ ତରଫରୁ କୃଷକ ଆନ୍ଦୋଳନକୁ ନେଇ ସେୟାର କରାଯାଇଥିବା ଟୁଲକିଟ୍ ମାମଲାରେ କ୍ଲାଇମେଟ୍ ଆକ୍ଟିଭିଷ୍ଟ ଦିଶା ରବିଙ୍କୁ ଗିରଫ କରାଯାଇଥିଲ । ଦିଲ୍ଲୀ ପୋଲିସ ଆୟୁକ୍ତ ଏସ.ଏନ.ଶ୍ରୀବାସ୍ତବ ଏନେଇ କହିଥିଲେ ଯେ, ଦିଶାଙ୍କୁ ଆଇନ ଅନୁଯାୟୀ ଗିରଫ କରାଯାଇଛି। ଆଇନ ୨୨ ରୁ ୫୦ ବର୍ଷ ବୟସ ମଧ୍ୟରେ କିଛି ଭେଦଭାବ କରେନାହିଁ। ସେ କହିଥିଲେ ଯେ, ଲୋକଙ୍କ ଭୁଲ ଧାରଣା ଯେ ୨୨ ବର୍ଷୀୟ କାର୍ଯ୍ୟକର୍ତ୍ତାଙ୍କ ଗିରଫ କରିବା ଭୁଲ। ତେବେ ଗିରଫ ପରେ ଦିଶାଙ୍କୁ ୫ ଦିନିଆ ପୋଲିସ ହାଜତକୁ ପଠାଇ ଦିଆଯାଇଥିଲା ଏବଂ ମାମଲାର ତଦନ୍ତ ପୋଲିସ୍ ଜାରି ରଖିଥିଲା।
Comments are closed.