ବିବାହ ବନ୍ଧନରେ ବାନ୍ଧିହେଲେ ସବ୍ୟସାଚୀ-ଅର୍ଚ୍ଚିତା

ଭୁବନେଶ୍ବର: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡ୍ର ଚର୍ଚ୍ଚିତ ଯୋଡି ସୁପରଷ୍ଟାର ସବ୍ୟସାଚୀ ମିଶ୍ର ଓ ଚୁଲବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁ। ଆଜି ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ରିସୋର୍ଟରେ ଉଭୟଙ୍କର ବାହାଘର ହେଉଛି।
ରାଜା ବେଶରେ ସବ୍ୟସାଚୀ ସଜେଇ ହୋଇଥିବା ବେଳେ ରାଣୀ ବେଶରେ ସୁନ୍ଦରୀ ଅର୍ଚ୍ଚିତା ବେଶ ମାନୁଛନ୍ତି। ଉଭୟଙ୍କ ବର-କନ୍ୟା ବେଶ ସୋଶାଲ ମିଡିଆରେ ଭାଇରାଲ ହେଉଛି। ବିବାହ ପୂର୍ବରୁ ଅର୍ଚ୍ଚିତା ଓ ସବ୍ୟସାଚୀଙ୍କ ହଳଦୀ ସେରିମୋନିର ଫଟୋ ସାମ୍ନାକୁ ଆସିଛି।
ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଦୁହିଙ୍କ ମଧ୍ୟରେ ଚାଲି ଥିବା ଚୋରି ଚୋରି ଇସ୍କ ବିଷୟରେ ଦୁହେଁ କେବେ ଆଗରୁ ମୁହଁ ଖୋଲି ନଥିଲେ। ଗତକାଲି ହଠାତ୍ ଫ୍ୟାନ୍ ମାନଙ୍କୁ ସର୍ପ୍ରାଇଜ୍ ଦେଇଥିଲେ ଏହି ଦୁଇ କପଲ।
ସୋଶାଲ ମିଡିଆରେ ଲଭ୍ ସିକ୍ରେଯର ରାଜ୍ ଖୋଲି ଉଭୟ ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ପ୍ରକାଶ କରିଥିଲେ। ଉଭୟଙ୍କ ପ୍ରତି ଶୁଭେଚ୍ଛା ଓ ଶୁଭକାମନାର ସୁଅ ମଧ୍ୟ ଛୁଟୁଛି। ତେବେ ଗତ ଡିସେମ୍ବର ମାସ ପୂର୍ବେ ରାଉରକେଲାର ଏକ କାର୍ଯ୍ୟକ୍ରମକୁ ଯାଇଥିଲା ବେଳେ ସାମ୍ବାଦିକମାନେ ତାଙ୍କର ମନର ମଣିଷକୁ ନେଇ ପ୍ରଶ୍ନ କରିଥିଲେ। ଆଉ ଅର୍ଚ୍ଚିତା ଦେଇଥିବା ଉତ୍ତରରୁ ଅନେକ କିଛି ଇଶାରାକୁ ବୁଝାଉଥିଲା।
Comments are closed.