ପୁଣି ବଢିଲା ବସ୍ ଭଡ଼ା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ତୈଳଦର ବୃଦ୍ଧି ଯୋଗୁଁ ପୁଣି ବଢ଼ିଛି ବସ୍ ଭଢ଼ା। ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୫ ପଇସା ବୃଦ୍ଧି ପାଇଛି। ପୂର୍ବରୁ ଅର୍ଡିନାରୀ ବସ୍ ଭଡ଼ା ଥିଲା ୮୦ ପଇସା, ହେଲା ୮୫ ପଇସା।
ଠିକ୍ ସେହିପରି ଏକ୍ସପ୍ରେସ ବସ୍ ଭଡ଼ା ଥିଲା ୮୪ ପଇସା, ହେଲା ୮୯ ପଇସା। ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା ୧୦ ପଇସା ଲେଖାଏଁ ବୃଦ୍ଧି ପାଇଛି। ଡିଲକ୍ସ ବସ ଭଡ଼ା ଥିଲା ୧. ୧୧ ପଇସା, ହେଲା ୧.୨୧ ପଇସା। ଏସି ବସ୍ ଭଡ଼ା ଥିଲା ୧. ୩୯ ପଇସା, ହେଲା ୧. ୪୯ ପଇସା। ସୁପର ପ୍ରିମିୟର ଭଡ଼ା ୨. ୧୭ରୁ ୨. ୩୨ ପଇସାକୁ ବଢ଼ିଛି।
Comments are closed.