ମଞ୍ଚରେ କାନ ଧରି ଉଠବସ୍ ହେଲେ ବିଜେପି ନେତା, କହିଲେ-ପାପର ପ୍ରାୟଶ୍ଚିତ କରୁଛି…
କୋଲକାତା: ରୋଚକ ସ୍ଥିତିରେ ପଶ୍ଚିମବଙ୍ଗ ରାଜନୀତି। ଆଉ କିଛି ଦିନ ପରେ ହେବ ବିଧାନସଭା ନିର୍ବାଚନ। ଏଥିପାଇଁ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ରାଜନୈତିକ ଉଷ୍ମତା। ଅନ୍ୟପଟେ ବିଭିନ୍ନ ଦଳ ବିଜୟୀ ହେବା ପାଇଁ ଆପଣାଉଛନ୍ତି ଭଲିକି ଭଳି ରଣକୌଶଳ। ଏପରିକି ରାଜନୈତିକ ଅଙ୍କକଷା ମଧ୍ୟରେ ଚାଲିଛି ଦଳ ଅଦଳବଦଳ ରାଜନୀତି। ଏସବୁ ମଧ୍ୟରେ ନେତା ମଞ୍ଚରେ ଜନତାଙ୍କ ସମ୍ମୁଖରେ ଉଠ୍ ବସ୍ ହେବା ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଆଉ ଦିନ କେଇଟା ପରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଏଥିପାଇଁ ଜୋରଦାର ପ୍ରଚାର ପ୍ରସାର କରୁଛନ୍ତି ଆଶାୟୀ ପ୍ରାର୍ଥୀ। ନିକଟରେ ମମତାଙ୍କ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ବ୍ଲକ୍ ସ୍ତରର ନେତା ସୁଶାନ୍ତ ପାଲ୍। ସେ ପଦ୍ମ ଶିବିରରେ ଯୋଗ ଦେବା ପରେ ମଞ୍ଚରେ କାନ ଧରି ଉଠ ବସ୍ ହୋଇଛନ୍ତି ଏହି ପୂର୍ବତନ ନେତା। ଉଠବସ୍ ହେବା ସହ ଟିଏମସିରେ ଏତେ ଦିନ ଥିବାରୁ ପାପର ପ୍ରାୟଶ୍ଚିତ କରୁଥିବା କଥା କହିଛନ୍ତି ସୁଶାନ୍ତ।
ସେ ମଞ୍ଚରେ ଉଦବୋଧନ ଦେଇ କହିଛନ୍ତି ଯେ, ସେ ପୂର୍ବରୁ ବିଜେପି ନେତା ଥିଲେ । କିନ୍ତୁ ୨୦୦୫ ମସିହାରେ ସରକାରରୁ ବାମଦଳକୁ ଗାଦିଚ୍ୟୁତ୍ କରିବାକୁ ଟିଏମସିରେ ମିଶିଥିଲି । ମୋତେ ସେଥିପାଇଁ କ୍ଷମା କରି ଦିଅନ୍ତୁ । ମୋ ପାପ ପାଇଁ ନିଜକୁ ନିଜେ ଶାସ୍ତି ଦେଉଛି କହି ସମସ୍ତ ସାମ୍ନାରେ କାନ ଧରି ମଞ୍ଚରେ ବସ୍ ଉଠ୍ ହୋଇଥିଲେ ସୁଶାନ୍ତ । ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।
Comments are closed.