ଖୁବଶୀଘ୍ର ସିନେପରଦାକୁ ଆସିବ ରାକ୍ଷୀଙ୍କ ବାୟୋପିକ
![](https://www.odishalink.com/wp-content/uploads/2021/03/Javed-Akhtar-Confirms-Rakhi-Sawants-Biopic.jpg)
ମୁମ୍ବାଇ : ବଲିଉଡର ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ନିଜର ବ୍ୟକ୍ତିଗତ ଜୀବନ ଓ କର୍ମକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ତେବେ ଖୁବ ଶୀଘ୍ର ତାଙ୍କ ଜୀବନ ଉପରେ ଏକ ବାୟୋପିକ ହେବାକୁ ଯାଉଛି।
ରାକ୍ଷୀ କହିଛନ୍ତି,ପ୍ରସିଦ୍ଧ ଲେଖକ ଜାଭେଦ ଅଖତର ତାଙ୍କ ଜୀବନରେ ଉପରେ ଆଧାରୀତ ଏକ ସିନେମା ନିର୍ମାଣ କରିବାକୁ ଯାଉଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ମୋର ବାୟୋପିକ୍ ବହୁତ ବିବାଦୀୟ ହୋଇପାରେ। ରାକ୍ଷୀ ଚାହୁଁଛନ୍ତି ତାଙ୍କ ଚରିତ୍ରରେ ଆଲିଆ ଭଟ୍ଟ ଅଭିନୟ ନକରନ୍ତୁ। ସେ ଏହି ଭୂମିକାରେ ଦୀପିକା ପାଦୁକୋନ, କରୀନା କପୁର କିମ୍ବା ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ଚାହୁଁଛନ୍ତି।
ରାକ୍ଷୀଙ୍କ ଏହି କଥା ଜାଣିବା ପରେ କଛି ଲୋକ ଖୁସି ଥିବା ବେଳେ ଆଉ କିଛି ଏହାକୁ ମିଥ୍ୟା ବୋଲି କହୁଛନ୍ତି। ଏଥି ସହିତ ଜାଭେଦ ଅଖତର, ରାକ୍ଷୀ ସାୱନ୍ତଙ୍କ ଏହି ଦାବି ଉପରେ ନିଜର ମନ୍ତବ୍ୟ ରଖିଛନ୍ତି। ଜାଭେଦ୍ ଅଖତର କହିଛନ୍ତି, ‘ରାକ୍ଷୀ ଠିକ୍ କହିଛନ୍ତି।
ଚାରି କିମ୍ବା ପାଞ୍ଚ ବର୍ଷ ପୂର୍ବେ ଆମେ ଏକ ବିମାନରେ ଦେଖା ହୋଇଥିଲୁ। ସେତେବେଳେ ରାକ୍ଷୀ ମୋତେ ତାଙ୍କ ପିଲାଦିନ ବିଷୟରେ କହିଥିଲେ । ଏହା ପରେ ମୁଁ ତାଙ୍କୁ କହିଥିଲି ତାଙ୍କ ଜୀବନର ସ୍କ୍ରିପ୍ଟ ଲେଖିବି।’
Comments are closed.