ମାଓବାଦୀଙ୍କ ସହିଦ ସପ୍ତାହକୁ ବିରୋଧ

ଭବାନୀପାଟଣା : ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ସହିଦ ସପ୍ତାହ ପାଳନ ପାଇଁ ଡାକରା ଦେଇଛନ୍ତି । ଏହି ଅବସରରେ କଳାହାଣ୍ଡି ଜିଲ୍ଲାର କୌଣସି ସ୍ଥାନରେ ଯେପରି କୌଣସି ଅଘଟଣ ନ ଘଟେ, ତାହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାର ମାଓବାଦୀ ଉପଦ୍ରୁତ ଅଞ୍ଚଳ ଭାବେ ପରିଚିତ ଲାଞ୍ଜିଗଡ, ଥୁଆମୂଲରାମପୁର, ଏମ୍ ରାମପୁର, ନର୍ଲା, ଗୋଲାମୁଣ୍ଡା, କେଗାଁ, ଭବାନୀପାଟଣା ସଦର ସମେତ ବିଭିନ୍ନ ଥାନା ଅଞ୍ଚଳରେ ପୁଲିସ ତରଫରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ଏସ୍ଓଜି, ସିଆରପିଏଫ, କୋବ୍ରା , ଡିଭିଏଫ ଓ କଳାହାଣ୍ଡି ପୁଲିସ ପକ୍ଷରୁ ମିଳିତ ଭାବେ କୋମ୍ବିଂ ଅପରେଶନକୁ ଜୋରଦାର କରାଯିବା ସହିତ ସମ୍ବେଦନଶୀଳ ଅଞ୍ଚଳରେ ନାଇଟ୍ ପାଟ୍ରୋଲିଂକୁ କଡ଼ାକଡ଼ କରାଯାଇଛି। ବିଭିନ୍ନ ସ୍ଥାନରେ ନାଇଟ୍ ବ୍ଲକିଂ କରାଯାଇ ଗାଡ଼ିମୋଟର ଯାଞ୍ଚ କରାଯାଉଛି।
Comments are closed.